ମାଙ୍କଡ଼ ନେଉଛି ସ୍ପା,ଭିଡିଓ ଦେଖିଲେ ଆପଣ କହିବେ କ୍ୟା ବାତ୍…

ମାଙ୍କଡ଼ ନେଉଛି ସ୍ପା,ଭିଡିଓ ଦେଖିଲେ ଆପଣ କହିବେ କ୍ୟା ବାତ୍…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ନିଶ୍ଚୟ ଦେଖିଥିବେ ମହିଳା ଏବଂ ପୁରୁଷମାନେ ପାର୍ଲର ଯାଇ ସ୍ପା କରିବାର। କିମ୍ବା ନିଜେ ଗାଧୋଇବାକୁ ଗାଧୁଆ ଘରକୁ ଯିବାର। ହେଲେ ମାଙ୍କଡମାନେ ସ୍ପା କରିବା ବା ଭିଆଇପି ଟିଟମେଣ୍ଟ ପାଇବାର କେବେ ଦେଖିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହିପରି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମାଙ୍କଡମାନଙ୍କ ପାଇଁ ସ୍ପେସିଆଲ ଟିଟମେଣ୍ଟ ଦିଆଯାଉଛି । ସ୍ପାଠୁ ଆରମ୍ଭ କରି ଗାଧୁଆ ଟାଉଲ୍, ବାଥରୁମ୍ ସବୁ ଭିଆଇପିଙ୍କ ପରି ସେବା ଯୋଗାଇ ଦିଆଯାଉଛି। ଏହି ମାଙ୍କଡମାନଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

https://www.instagram.com/p/CNZ87KNhqK_/

https://www.instagram.com/p/CNVxeVAh7LK/


ଇନଷ୍ଟାଗ୍ରାମରେ monkeys.ma ନାମକ ଏକ ପେଜ୍ ଅଛି, ଯେଉଁଥିରେ ମାଙ୍କଡ଼ମାନଙ୍କର ମଣିଷ ପରି ଯତ୍ନ ନେବାର ଅନେକ ଭିଡିଓ ସେୟାର ହୋଇଛି। ଏହି ଇନଷ୍ଟାଗ୍ରାମ ଆକାଉଣ୍ଟଟି ବେଶ ଲୋକପ୍ରିୟ । ଏହି ଆକାଉଣ୍ଟ୍ ତାର ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଛି, ‘ମୁଁ ସମସ୍ତ ପ୍ରାଣୀଙ୍କୁ ଭଲ ପାଏ, କିନ୍ତୁ ମାଙ୍କଡମାନଙ୍କ ପ୍ରତି ମୋର ବହୁତ ଭଲପାଇବା’। ଏହି ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଙ୍କଡ଼ମାନଙ୍କର ଭିଡିଓ ପ୍ରତିଦିନ ସେୟାର କରାଯାଏ। ଯେଉଁଥିରେ କିଛି ମାଙ୍କଡ ସୁନ୍ଦର ପୋଷାକ ପିନ୍ଧିଛନ୍ତି ଏବଂ କିଛି ଗାଧୁଆ ଘରେ ଗାଧୋଇ ଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଇନଷ୍ଟାଗ୍ରାମ ଆକାଉଣ୍ଟଧାରୀ ଅନେକ ଭିଡିଓରେ ମହିଳା ମାଙ୍କଡମାନଙ୍କ ସ୍ପା ନେଉଥିବା ଦୃଶ୍ୟ ଦେଖାଇଛନ୍ତି । ପ୍ରତ୍ୟେକ ଭିଡିଓରେ ହଜାର ହଜାର ଲାଇକ୍ ସହ ସେୟାର କରାଯାଉଥିବାର ଦେଖିବାକୁ ମିଳିଛି

0 Comments

Leave Your Comment

Your email address will not be published. Required fields are marked *

%d bloggers like this: