ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଧାନମନ୍ତ୍ରୀ

ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଧାନମନ୍ତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମନ୍‌ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟ ଏବଂ ଆଗକୁ କିଭଳି ଦେଶ ଉନ୍ନତି କରିବ ସେନେଇ ଦେଶବାସୀଙ୍କୁ ମୋଦି ବାର୍ତ୍ତା ଦେଇଛନ୍ତି। କୋରୋନା ସମୟରେ ଦେଶର ନାଗରିକମାନେ ନିଜର ଦାୟିତ୍ୱକୁ ଅନୁଭବ କରୁଛନ୍ତି । ଆମ ଦେଶ ହେଉଛି ପର୍ବ ପର୍ବାଣୀର ଦେଶ । ସେଥିପାଇଁ କୋରୋନା ସମୟରେ ସବୁ ପର୍ବପର୍ବାଣୀରେ କଟକଣା ଲାଗିଛି। କୋରୋନା ସମୟରେ ଦେଶର ନାଗରିକ ମାନଙ୍କର ମଧ୍ୟରେ ଏଭଳି ସଞ୍ଜମତା ଅଦ୍ଭୁତ ବୋଲି ମୋଦି କହିଛନ୍ତି।

ସେହିପରି ସେପ୍ଟେମ୍ୱର ୫ରେ ଗୁରୁ ଦିବସ ଥିବାରୁ ମୋଦି ଏନେଇ ମଧ୍ୟ ମନ୍ କି ବାତରେ କହିଛନ୍ତି। ସମୟ ବଦଳିବା ସହ ଶିକ୍ଷକମାନଙ୍କ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ଆସି ଛିଡ଼ା ହୋଇଛି। ନୂତନ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମୋଦି କହିଛନ୍ତି।

ଖେଳଣାକୁ ପ୍ରୋତ୍ସାହନ ଦେଇ ମୋଦି ଦେଶବାସୀଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ସ୍ଥାନୀୟ ଖେଳଣାର ବହୁତ ବଡ଼ ସାମ୍ରାଜ୍ୟ ରହିଛି । ସେଠାରେ ଅନେକ ପ୍ରତିଭାଶାଳୀ ଏବଂ କୁଶଳୀ କାରିଗର ଅଛନ୍ତି, ଯେଉଁମାନେ ଭଲ ଖେଳନା ତିଆରି କରିବାରେ ମାହିର। ଭାରତର କିଛି ଅଞ୍ଚଳ ରହିଛି, ଯିଏ ଖେଳନା ତିଆରି କରିବାରେ ବହୁତ ବଡ଼ ସ୍ଥାନ ହାସଲ କରିଛି । ବିଶ୍ୱ ଖେଳନା ଉଦ୍ୟୋଗ ୭ ଲକ୍ଷ କୋଟିରୁ ଅଧିକ ରହିଛି କିନ୍ତୁ ଏତେ ବଡ଼ ବ୍ୟବସାୟ ଥିଲେ ମଧ୍ୟ ଭାରତର ଅଂଶ ବହୁତ କମ୍ ରହିଛି । ଏତେ ଐତିହ୍ୟ, ପରମ୍ପରା ଥିବା ଦେଶ, ଖେଳନା ବଜାରରେ ଏହାର ଅଂଶ ଏତେ କମ୍ ହେବା ଉଚିତ୍ କି ? ବୋଲି ମୋଦି ପ୍ରଶ୍ନ କରିଛନ୍ତି। ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଚାଷୀଙ୍କ ଉପରେ ଆଲୋଚନା କରିଥିଲେ । ରୁକ୍ ବେଦରେ ଚାଷୀଙ୍କ ପାଇଁ ଥିବା ମନ୍ତ୍ର ମୋଦି ଗାଇ ଶୁଣାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: