ଗଞ୍ଜେଇକୁ ଡ୍ରଗ୍ସ କହୁଥିବା ଲୋକଙ୍କ ଉପରେ ରାଗିଲେ ଏହି ଅଭିନେତ୍ରୀ,ଜଣାଇଲେ ଫାଇଦା

ଗଞ୍ଜେଇକୁ ଡ୍ରଗ୍ସ କହୁଥିବା ଲୋକଙ୍କ ଉପରେ ରାଗିଲେ ଏହି ଅଭିନେତ୍ରୀ,ଜଣାଇଲେ ଫାଇଦା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ସୁଶାନ୍ତ ସିଂହ ରାଜପୁତ ମାମଲାରେ କେତେକ ଡ୍ରଗ୍ସ ଚାଟସ୍ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାାଜପୁତ ମାରିଜୁଆନା ବା ଗଞ୍ଜେଇ ଟାଣୁଥିବା କହିଥିଲେ। ଏବେ ଅଭିନେତ୍ରୀ ରିଚ୍ଚା ଚଡ୍ଢା ଗଞ୍ଜେଇକୁ ନେଇ ନିଜର ଟିପ୍ପଣୀ ରଖିଛନ୍ତି। ଏନେଇ ସେ ଟ୍ୱିଟ୍ କରିଛନ୍ତି। ସାରା ଦୁନିଆ ଯେତେବେଳେ ଗଞ୍ଜେଇର ଔଷଧୀୟ ଗୁଣ ବିଷୟରେ ଅବଗତ ହେଉଛି, ସେହି ସମୟରେ ଆମେ ଏହାକୁ ଡ୍ରଗ୍ସର ଆଖ୍ୟା ଦେଉଛୁ। ଦୟାକରି ଟିକେ ରିସର୍ଚ୍ଚ କରନ୍ତୁ, ‘ସୋମ’ର ଏହି ଗିଫ୍ଟକୁ ଅସମ୍ମାନ କରିବା ବନ୍ଦ କରନ୍ତୁ। ଯାହାକୁ ଆମର ଐତିହ୍ୟ ବିଷୟରେ ଜଣା ନାହିଁ, ସେ ଏହାର ଅସମ୍ମାନ କରିବାର ହକଦାର୍ ନୁହେଁ।

ସେହିପରି ଦ୍ୱିତୀୟ ଟ୍ୱିଟରେ ରିଚ୍ଚା କାନାବିସ୍ ବା ଭାଙ୍ଗକୁ ଶିବଙ୍କ ପ୍ରସାଦ ବୋଲି କହିଛନ୍ତି। ସେ ଲେଖିଛନ୍ତି ଯେ, ଆୟୁର୍ବେଦରେ ୫ଟି ପବିତ୍ର ବୃକ୍ଷ ବିଷୟରେ ଉଲ୍ଲେଖ ରହିଛି। ମହାଶିବରାତ୍ରୀ ଓ ହୋଲିରେ ଏହାକୁ ସେବନ କରାଯାଏ ବୋଲି ମଧ୍ୟ ଅଭିନେତ୍ରୀ ଜଣଙ୍କ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: