ବନ୍ୟା ନେଲାଣି ୧୭ ଜୀବନ, ୨୦ଜିଲ୍ଲା ପ୍ରଭାବିତ

ବନ୍ୟା ନେଲାଣି ୧୭ ଜୀବନ, ୨୦ଜିଲ୍ଲା ପ୍ରଭାବିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା କାଳରେ ବନ୍ୟା ନେଲାଣି ୧୭ ଜଣ ଲୋକଙ୍କ ଜୀବନ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହାସହ ବନ୍ୟାରେ ୨୦ଜିଲ୍ଲା ପ୍ରଭାବିତ ହୋଇଛି। ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ,ବାଲେଶ୍ୱର,ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର,ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର,ଖୋର୍ଦ୍ଧା,ମୟୂରଭଞ୍ଜ, ନୟାଗଡ଼,ନୂଆପଡ଼ା, ପୁରୀ,ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ଆଜି ସୁଦ୍ଧା ମୋଟ ୨୦ ଜିଲ୍ଲାର ୧୧୨ ବ୍ଲକର ୮୯୬ଟି ପଞ୍ଚାୟତର ୩୨ଶହ ୫୬ ଗାଁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୧୪ ଲକ୍ଷ ୩୨ ହଜାର ୭୦୧ ଲୋକ ପ୍ରଭାବିତ ହୋଇଛନ୍ତି। ୧୦ ହଜାର ୩୮୨ ଘର ଭାଙ୍ଗି ଯାଇଛି। ୪୫ଟି ମେଡିକାଲ ଟିମ୍ ମୁତୟନ ଓ ୪୨ଟି ପ୍ରାଣୀ ଚିକିତ୍ସା ଟିମ୍ ନିୟୋଜିତ ଅଛନ୍ତି। ଏକ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ବନ୍ୟା ପାଣିରେ ପ୍ରଭାବିତ ହୋଇଛି । ସେହିପରି ୪ଟି ଏନଡିଆରଏଫ୍, ୧୭ଟି ଓଡ୍ରାଫ୍, ୨୨ଟି ଫାୟାର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ, ଉଦ୍ଧାର କାମରେ ବ୍ୟବହାର ହେଉଛି ୨୫୪ଟି ବୋଟ୍।

ସେହିପରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟାସ୍ଥିତି ଓ ମୁକାବିଲା ନେଇ ଆଲୋଚନା କରିଛନ୍ତି।

%d bloggers like this: