ବେଲୁନ୍ ବିକୁଥିଲେ ଆଉ ଏବେ…

ବେଲୁନ୍ ବିକୁଥିଲେ ଆଉ ଏବେ…

ପ୍ରିଜମ ନ୍ୟୁଜ ବ୍ୟୁରୋ : ସୋସିଅାଲ ମିଡିଅା ଅନେକଙ୍କୁ ନୂଆ ପରିଚୟ ଆଣି ଦେଉଛି। ରାତାରାତି ମଣିଷ ସହ ସେମାନଙ୍କ କାର୍ଯ୍ୟ କଳାପ ହୋଇଯାଉଛି ଭାଇରାଲ। ଆଜିକାଲି ଫେମସ୍ ହେଉଥିବା ଏଭଳି ବହୁତ ଘଟଣା ନଜରକୁ ଅାସୁଛି। ସେହିପରି ନିକଟରେ କେରଳରେ ଏପରି ଏକ ଘଟଣା ଘଟିଛି । ଅାନ୍ଦାଲୋର କାବୁ ପର୍ବ ସମୟରେ ମନ୍ଦିର ପାଖରେ ବେଲୁନ ବିକ୍ରି କରୁଥିବା ଜଣେ କିଶୋରୀ ସୋସିଅାଲ ମିଡିଅା ସେନ୍ସେସନ୍ ପାଲଟିଛନ୍ତି । ତାଙ୍କ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଫଟୋଗ୍ରାଫର ଅର୍ଜୁନ କ୍ରିଷ୍ଣାନ୍ ଅାନ୍ଦାଲୋର କାବୁ ରାସ୍ତାକଡରେ କିସ୍ବୁର ବେଲୁନ୍ ବିକୁଥିବା ସମୟରେ ଏକ ଫଟୋ ଉଠାଇ ତାଙ୍କ ଇନଷ୍ଟାଗ୍ରାମ ପେଜ୍ ରେ ପୋଷ୍ଟ କରିଥିଲେ। କ୍ୟାପସନ୍ ରେ ଲେଖିଥିଲେ, ଅାନ୍ଦାଲୋର କାବୁ ରାସ୍ତାକଡରେ ନିରୀହ ମୁହଁ। ଏହାପରେ ସେ ଫଟୋକୁ ନେଇ ଅନେକ ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଅର୍ଜୁନ କିସ୍ବୁଙ୍କ ମାଙ୍କୁ ସେହି ଫଟୋ ଦେଖାଇ ଅନୁମତି ଅାଣି ତାଙ୍କୁ ନିଜ ମଡେଲ ପାଇଁ ନିଶ୍ଚିତ କରିଥିଲେ । ପ୍ରସିଦ୍ଧ ମେକ୍ଅପ୍ ଅାର୍ଟିଷ୍ଟ୍ ରେମ୍ୟା ପ୍ରଜୁଲ କିସ୍ବୁଙ୍କୁ ମେକ୍ଅପ୍ କରିଥିଲେ। କିସ୍ବୁ ଏକ ମଠା ଶାଢି ସହ ସୁନେଲି ଅଳଙ୍କାର ପିନ୍ଧିଥିବା ନଜରକୁ ଅାସିଛନ୍ତି । ପରେ ଅର୍ଜୁନ ତାଙ୍କ ଫଟୋଶୁଟ୍ ଅାରମ୍ଭ କରିଥିଲେ। କିସ୍ବୁଙ୍କ ଏହି ନୂଅା ଲୁକ୍ ଅନେକଙ୍କୁ ଚକିତ କରିଛି। ଏଥିପାଇଁ କେତେକ ଫଟୋଗ୍ରାଫର ଏବେ ତାଙ୍କ ମଡେଲ ପାଇଁ କିସ୍ବୁଙ୍କୁ ଶୁଟ୍ କରାଇବାକୁ ପ୍ରୟାସ ଚଳାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: