ଲୋକସଭା+ରାଜ୍ୟସଭା= ସଂସଦ ଟିଭି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏଣିକି ସଂସଦ ଟିଭି। ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣ ଘଟି ସଂସଦ ଟିଭି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସଂସଦ ଟିଭିର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଏକ ବର୍ଷ ପାଇଁ କିମ୍ବା ଆଗାମୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ, ‘ଅଧ୍ୟକ୍ଷ, ରାଜ୍ୟସଭା ଏବଂ ବାଚସ୍ପତିଙ୍କ ମିଳିତ ନିଷ୍ପତ୍ତି ପରେ ରାଜ୍ୟସଭା ଟିଭି ଏବଂ ଲୋକସଭା ଟିଭିକୁ ସଂସଦ ଟେଲିଭିଜନ (ସଂସଦ ଟିଭି)ରେ ମିଶ୍ରଣ ହୋଇଛି ।

%d bloggers like this: