୧୯୫ଟି ଦେଶ ବୁଲିଥିବା ମହିଳାଙ୍କ ବିଷୟରେ ଜାଣନ୍ତୁ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କାଲିଫର୍ଣ୍ଣିଆର ଜଣେ ମହିଳା କେସି ବିଶ୍ୱ ଭ୍ରମଣର ନୂଆ ଅନୁଭବ ସଂଗ୍ରହ ପାଇଁ ସାହସୀ ନିଷ୍ପତ୍ତି ନେଇଥିଲେ। ପାଖରେ ଥିଲା ୧୦ ହଜାର ଡଲାର। ଏକାକୀ ଜଣେ ମହିଳା ୧୯୫ ଦେଶ ଭ୍ରମଣର ପରିକଳ୍ପନା କରିଥିବାରୁ ଲମ୍ବି ଆସିଥିଲା ଆର୍ଥିକ ସହଯୋଗର ହାତ। ମିଳିଯାଇଥିଲା ଆବଶ୍ୟକୀୟ ସ୍ପନସର। ଏହାରି ଭିତରେ କେତେକ ଲୋକ ତାଙ୍କୁ ଡରାଇ ଭୟଭୀତ ମଧ୍ୟ କରିଥିଲେ। କିଏ ଆତଙ୍କବାଦୀର କାହାଣୀ ଶୁଣାଇଥିଲେ ତ ଆଉ କିଏ ଅପରାଧର ରଚନା ରଚିଥିଲେ। କିନ୍ତୁ ଏସବୁ କୁ ଖାତିର କରି ନ ଥିଲେ କେସି। ସେ ହେଉଛନ୍ତି ପ୍ରଥମ ମହିଳା ଯିଏ କି, ୧୮ ମାସ ୧୦ ଦିନ ଭିତରେ ୧୯୫ଟି ଦେଶକୁ ସଫଳତା ପୂର୍ବକ ଭ୍ରମଣ କରିଛନ୍ତି। ତେବେ ସେ କୌଣସି ଦେଶରେ ୧୫ ଦିନରୁ ଅଧିକ ରହୁ ନ ଥିଲେ।

ତାଙ୍କ ଭ୍ରମଣକୁ ନେଇ ସେ କହିଛନ୍ତି ଯେ, ମହିଳାମାନେ ଘର କୋଣରେ ରହିବାର ଦିନ ସରିଯାଇଛି। ବିପଦ ତ ସବୁଠି ସମସ୍ତଙ୍କ ପାଇଁ ରହିଛି, କିନ୍ତୁ ସାହସିକତାର ସହ ମୁକାବିଲା କରିପାରିଲେ ବିପଦକୁ ଏଡ଼ାଇ ଦେଇହେବ। ୧୯୫ ଦେଶ ଏକାକୀ ବୁଲିବା ପରେ ସେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ କେଉଁଠି ହେଲେ ଅସୁବିଧାରେ ପଡ଼ି ନ ଥିବା ଉଲ୍ଲେଖ କରି ସାରା ବିଶ୍ୱରେ ମାନବିକତା ବଞ୍ଚିରହିଛି ବୋଲି କହିଛନ୍ତି।

%d bloggers like this: