ବଦଳିଲା ସ୍କୁଲ ସମୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ସ୍କୁଲ ହେବ। ସେହିଭଳି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ହେବ। ସ୍କୁଲ ସମୟ ବଦଳିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଗତ ୧ ତାରିଖରୁ ଏହି ୪ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସକାଳୁଆ ସ୍କୁଲ ହେଉଛି। ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲୁଛି। ତେବେ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବିରୋଧ କରାଯିବା ପରେ ସରକାର ଏହି ସମୟରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଖରା ପାଇଁ ସମସ୍ୟା ହେଉଥିବାରୁ ସମୟ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୂର୍ବରୁ କହିଥିଲେ। ଖରା ପାଇଁ ସକାଳୁଆ ସ୍କୁଲ କରିବା ଲାଗି ଗତ ୨୭ ତାରିଖରେ ରାଜ୍ୟ ସରକାର ସୂଚନା ଦେଇଥିଲେ।

%d bloggers like this: