ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ: ପୁଅଙ୍କୁ ପଛରେ ପକେଇଲେ ଝିଅ, ପାସ ହାର ୯୦.୫୫%

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ: ପୁଅଙ୍କୁ ପଛରେ ପକେଇଲେ ଝିଅ, ପାସ ହାର ୯୦.୫୫%

ପ୍ରିଜମ ନ୍ୟୁଜ ବ୍ୟୁରୋ:ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍‌ ହାର ୯୦.୫୫% ରହିଛି। ଏଥର ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ଓ ୨ ଲକ୍ଷ ୬୦ ହଜାର ୯୭୦ ଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୯୨.୩୭ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ରହିଛି।

କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ ଜରିଆରେ ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।A1 ଗ୍ରେଡରେ ପାସ୍‌ କରିଛନ୍ତି ୮ହଜାର ୧୧୯ ଛାତ୍ରଛାତ୍ରୀ। A2 ଗ୍ରେଡରେ ପାସ୍‌ କରିଛନ୍ତି ୫୪ହଜାର ୮୮୯ ଛାତ୍ରଛାତ୍ରୀ। B1 ଗ୍ରେଡରେ ପାସ୍‌ କରିଛନ୍ତି ୧ଲକ୍ଷ ୨୦ହଜାର ୩୧୨ ଛାତ୍ରଛାତ୍ରୀ। B2 ଗ୍ରେଡରେ ପାସ୍‌ କରିଛନ୍ତି ୧ଲକ୍ଷ ୪୨ହଜାର ୫୯୯ ଛାତ୍ରଛାତ୍ରୀ। ୧୧୭୦ ହାଇସ୍କୁଲରେ ଶତପ୍ରତିଶତ ରେଜଲ୍ଟ ରହିଥିବା ବେଳେ ମାଲକାନଗିରିର ୨ଟି, ଅନୁଗୁଳର ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ ରହିଛି। ୮୬୯୯ ଜଣ ପିଲା ଫେଲ ହୋଇଛନ୍ତି। ମଧ୍ୟମା ପାସ୍‌ ହାର ରହିଛି ୮୦.୦୬ ପ୍ରତିଶତ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: