ମ୍ୟାଟ୍ରିକ ପରୀକ୍ଷାକୁ ନେଇ ଆସିଲା ଏହି ସୂଚନା…

ମ୍ୟାଟ୍ରିକ ପରୀକ୍ଷାକୁ ନେଇ ଆସିଲା ଏହି ସୂଚନା…

ପ୍ରିଜମ ନ୍ୟୁଜ ବ୍ୟୁରୋ: ମ୍ଯାଟ୍ରିକ ପରୀକ୍ଷାକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ଏ ନେଇ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୬ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ । ପ୍ରଥମ ପଦ୍ଧତି ହେଲା ସମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ । ଦ୍ୱିତୀୟ ପଦ୍ଧତି ହେଲା ସମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ ।ତୃତୀୟ ପଦ୍ଧତି ହିସାବରେ ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ୍ ୧ରୁ ୩୦% , ସମେଟିଭ୍-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ରଖିବେ, ସେଇଟି ଚୂଡ଼ାନ୍ତ ହେବ କହିଲେ ମୁଖ୍ୟ ସଚିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: