ମହାନଦୀକୁ ଡେଇଁ ନିଖୋଜ ହେଲେ ଯୁବକ

ମହାନଦୀକୁ ଡେଇଁ ନିଖୋଜ ହେଲେ ଯୁବକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହାନଦୀକୁ ଡେଇଁ ନିଖୋଜ ହେଲେ ଯୁବକ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକଙ୍କୁ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।ସକାଳ ପ୍ରାୟ ୯ଟା ବେଳେ ଯୁବକ ଜଣଙ୍କ ସାଇକେଲ୍‌ରେ ଆସିଥିଲେ । ସିଧାମଳା ବ୍ରିଜ୍ ଉପରେ ସାଇକେଲ୍ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । ବ୍ରିଜ ଉପରେ ଉପସ୍ଥିତ ଥିବା ଲୋକ ଏନେଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ତା’ର କାରଣ ଜଣାପଡ଼ିନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: