ରାଜଭବନ ସମ୍ମୁଖ ପେଟ୍ରୋଲ ପମ୍ପରେ ବିସ୍ପୋରଣ; ଯାଞ୍ଚ ଆରମ୍ଭ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀର ଛାତି ଉପରେ ଥିବା ରାଜଭବନ ସମ୍ମୁଖରେ ଆଜି ଏକ ବଡ଼ ଧରଣର ବିସ୍ପୋରଣ ଘଟିଛି । ନିକଟସ୍ଥ ଏକ ପେଟ୍ରୋଲ ପମ୍ପର ସିଏଜି ଟାଙ୍କିରେ ହଠାତ ଅଗ୍ନିକାଣ୍ଡ ହେବାରୁ ଏହି ବିସ୍ଫୋରଣ ଘଟିଛି । ଏଥିରେ ଅନେକ ଗୁରୁତର ଆହତ ହୋଇଥିବା ସେମାନଙ୍କୁ କଟକ ଏସସିବି ସମେତ ଅନ୍ୟ କେତେକ ହସ୍ପିଟାଲକୁ ପଠାଇ ଦିଆଯାଇଛି । ମେଡିକାଲ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତିନି ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।


ଅନ୍ୟପକ୍ଷରେ ଘଟଣାର ତଦନ୍ତ ଲାଗି ପୁଲିସର ଫରୋନ୍ସିକ୍ ଟିମ୍ ଆସି ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି। ‌ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି।
ଏହି ଅଗ୍ନିିକାଣ୍ଡରୁ ହୋଇଥିବା ବିସ୍ଫୋରଣର କାରଣ ସଂପର୍କରେ ସୂଚନା ନେଇ ପୁଲିସ୍‌ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଏଲ୍‌ପିଜି ଟାଙ୍କି ଫାଟି ଏହି ଦୁର୍ଘଟଣା ଘଟିଛି। ଏଥିସହ ସେ ଉକ୍ତ ପେଟ୍ରୋଲ୍‌ ଟାଙ୍କିରେ ଗଚ୍ଛିତ ଥିବା ପେଟ୍ରୋଲ୍‌ ଓ ଡିଜେଲ୍‌ ନିଷ୍କାସନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଛନ୍ତି। ଏହି କାର୍ଯ୍ୟଲାଗି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି। ସେମାନେ ଟାଙ୍କିରେ ଥିବା ପେଟ୍ରୋଲ୍‌ ଡିଜେଲ୍‌ କାଢ଼ିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଘଟଣାସ୍ଥଳ ନିବଟବର୍ତ୍ତୀ ଅଞ୍ଚଳର ଲୋକେ ( ୨ କିଲୋମିଟର ପରିଧି) ସଂଧ୍ୟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ପୁଲିସ ପକ୍ଷରୁ ପରାମର୍ଶ ଦିଆଯାେଇଛି।
ସ୍ଥାନୀୟ ଅଧବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିସ୍ପୋରଣର ଶବ୍ଦ ପ୍ରଚଣ୍ଡ ଥିଲା। ପେଟ୍ରୋଲ ଟାଙ୍କିକୁ ଲାଗି ରହିଥିବା ଏକ ଆପାର୍ଟମେଣ୍ଟର ଜନୈକ ଅଧିବାସୀ କହନ୍ତି ମୁଁ ଟିଭି ଦେଖୁଥିଲି ହଠାତ୍ ବିରାଟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଖଣ୍ଡ ଖଣ୍ଡ କାଚ ଆସି ମୋ ଉପରେ ପଡ଼ିଲା। ମୁଁ ଭାବିଲି ଭୂମିକମ୍ପ ହେଲା। କାଚ ଖଣ୍ଡ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି।

%d bloggers like this: