ଓଲଟା ମୁଣ୍ଡ ଥିବା ବ୍ୟକ୍ତି: ଯାହାଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ପୂରା ବିଶ୍ୱ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୁନିଆରେ କିଛି ବି ଘଟିପାରେ । ଯାହା ଆପଣ କେବେ କଳ୍ପନା କରିନଥିବେ । ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ, ଯାହା ଶୁଣିବା ମାତ୍ରେ ଆପଣ ବି ଚକିତ ହୋଇପଡ଼େ । ଯୋଡ଼ା ମୁଣ୍ଡ ଶିଶୁ କିମ୍ବା ଏକାଧିକ ଯାଆଁଳା ଶିଶୁ ଜନ୍ମ ହେବା କଥା ଆପଣ ଶୁଣିଥିବେ । ଆପଣ କେବେ ଶୁଣିଛନ୍ତି କି ଏକ ଓଲଟା ମୁଣ୍ଡ ଥିବା ଶିଶୁ ଜନ୍ମ ହେବା କଥା ? କଣ ଆଶ୍ଚର୍ଯ୍ୟ ଲାଗୁଛି କି ? କଥାଟି ପୁରାପୁରି ସତ । ଏମିତି ଏକ ଘଟଣା ଘଟିଛି ଆମରି ଏ ଦୁନିଆରେ । ଏକ ଓଲଟା ମୁଣ୍ଡ ଥିବା ଶିଶୁ ଜନ୍ମ ନେଇଥିଲା । ଏହି ଶିଶୁର ଆୟୁଷ ମାତ୍ର ୨୪ ଘଣ୍ଟା ଥିବା ଡାକ୍ତର କହିଥିଲେ । ହେଲେ ଡାକ୍ତରୀ ବିଜ୍ଞାନକୁ ଭୁଲ୍ ବୋଲି ପ୍ରମାଣିତ କରି ଘଟିଛି ଏକ ଚମତ୍କାର ଘଟଣା । ସେଇ ଓଲଟା ମୁଣ୍ଡ ଥିବା ଶିଶୁ ଆଜି ୪୪ ବର୍ଷରେ ପଦାର୍ପଣ କରିଛି । ଖାଲି ସେତିକି ନୁହେଁ, ସମାଜରେ ସେ ନିଜର ସ୍ବତନ୍ତ୍ର ସ୍ଥାନ ବି ସୃଷ୍ଟି କରିଛି ।

https://twitter.com/PrismNewsOdisha/status/1376180035070005251

ବ୍ରାଜିଲରେ ଏପରି ଚମତ୍କାରୀ ଘଟଣା ଘଟିଛି । ୪୪ ବର୍ଷ ତଳେ ଏଠାରେ ଏକ ଓଲଟା ମୁଣ୍ଡ ଥିବା ଶିଶୁ ଜନ୍ମ ନେଇଥିଲା । ତାଙ୍କ ଅବସ୍ଥା ଦେଖି ଡାକ୍ତର କହିଥିଲେ ଯେ, ସେ ଏ ଦୁନିଆରେ ମାତ୍ର ୨୪ ଘଣ୍ଟାର ଅତିଥି । ହେଲେ ଈଶ୍ୱରଙ୍କ ଚମତ୍କାରିତା କୁହ କି ତାଙ୍କ ଭାଗ୍ୟ ବଳ ଏବେ ସେ ୪୪ ବର୍ଷ ବୟସରେ ପହଞ୍ଚି ବା ସହ ସାର ଦୁନିଆରେ ବେଶ ଲୋକପ୍ରିୟ ହୋଇଛନ୍ତି। ତେବେ ଏହି ବ୍ୟକ୍ତି ଜଣଙ୍କ ଶରୀର ସମ୍ପୂର୍ଣ୍ଣ ବକ୍ର ହେବା ସହ ତାଙ୍କ ମୁଣ୍ଡ ଓଲଟା ରହିଛି।

 ଏହି ବ୍ୟକ୍ତିଙ୍କ ନାମ କ୍ଲାଉଡିଓ ଭିରା ଦେ ଓଲିଭେରା । ବ୍ରାଜିଲର ମୋଣ୍ଟେ କାର୍ଲୋରେ ସେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ମୁଣ୍ଡ ଏବଂ ପୂରା ଶରୀର ଗଠନ ସମ୍ପୂର୍ଣ୍ଣ ଭିନ୍ନ । ଜନ୍ମରୁ ମୁଣ୍ଡ ଓଲଟା ଥିବା ବେଳେ ଶରୀର ବଙ୍କା ହୋଇଯାଇଥିଲା । ଶିଶୁଟିର ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କ ବଞ୍ଚିବାର ଆଶା କମ୍ ବୋଲି କହିଥିଲେ।

 ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, କ୍ଲାଉଡିଓ ବର୍ତ୍ତମାନ ପେଶାରେ ଜଣେ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ମୋଟିଭେଶନାଲ ସ୍ପିକର ଭାବେ ବେଶ ପରିଚିତ ହୋଇଛନ୍ତି । କ୍ଲାଉଡିଓ ମାଆ କହିଛନ୍ତି ଯେ, ସେ ପିଲାଦିନରୁ ତାଙ୍କୁ ତାଙ୍କର ଅନ୍ୟ ପିଲାମାନଙ୍କ ପରି ଦେଖୁଥିଲେ ଏବଂ ତାଙ୍କୁ ନିଜ ଜୀବନ ବଞ୍ଚିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ଯେତେବେଳେ କ୍ଲାଉଡିଓ ଜନ୍ମ ହୋଇଥିଲେ, ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଏବଂ ଡାକ୍ତରମାନେ ତାଙ୍କ ମା’ଙ୍କୁ ପରାମର୍ଶ ଦେଇଥିଲେ ଯେ ତାଙ୍କୁ ଖାଇବା ପିଇବା ପାଇଁ ଦିଅନ୍ତୁ ନାହିଁ, କାରଣ ସେ ଅଧିକ ଦିନ ବଞ୍ଚିବେ ନାହିଁ। କ୍ଲାଉଡିଓ କେବଳ ବିଦ୍ୟାଳୟ ନାହିଁ, ବିଶ୍ୱବିଦ୍ୟାଳୟ ସ୍ତରରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲେ ଏବଂ ସେ ଏବେ ଜଣେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

କ୍ଲାଉଡିଓ ସାଧାରଣ ଲୋକଙ୍କ ଭଳି ଫୋନ୍ ବ୍ୟବହାର କରିବା ସହ ଅନ୍ୟ ସମସ୍ତ କାର୍ଯ୍ୟ କରନ୍ତି। କ୍ଲାଉଡିଓ ତାଙ୍କର ପ୍ରେରଣା ଦାୟକ ବକ୍ତବ୍ୟ ଓ କାମ ପାଇଁ ଲୋକଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ହୋଇଛନ୍ତି ।  କ୍ଲାଉଡିଓଙ୍କ ସଫଳତାରେ ତାଙ୍କ ପରିବାର ଲୋକ ବହୁତ ଖୁସି ଥିବା କୁହନ୍ତି।

%d bloggers like this: