ଆଖି ବନ୍ଦ କରି GOOGLEକୁ କରନ୍ତୁନି ଭରସା: ଆପଣ ବି ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜିର ଯୁଗରେ ଗୁଗଲ୍ ବିନା ମୁହୂର୍ତ୍ତିଟେ ବଞ୍ଚିବା ମୁସ୍କଲ । ଗୁଗଲ୍ ପ୍ଲାଟଫର୍ମ ଲୋକଙ୍କ ଜୀବନର ଅବିଚ୍ଛେଦ ଅଙ୍ଗ ହୋଇଛି । ଗୁଗଲ୍ ବିନା ଅନଲାଇନ୍ ଦୁନିଆ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ କହିଲେ ଭୁଲ୍ ହେବନି । ସକାଳେ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ , କୌଣସି ସ୍ଥାନକୁ ଯିବାଠୁ ଆରମ୍ଭ କରି ଘରକୁ ଫେରିବା ପର୍ଯ୍ୟନ୍ତ ଗୁଗଲ୍ ଆପଣଙ୍କୁ ସମସ୍ତ ସୂଚନା ଦେଇପାରେ। କେବଳ ସେତିକି ନୁହେଁ, ଦୈନିକ ଜୀବନରେ ଗୁଗଲ୍ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବର୍ତ୍ତମାନ ଏପରି ହୋଇଗଲାଣି ଯେ, ବ୍ୟକ୍ତିଗତ କାମ ପାଇଁ ମଧ୍ୟ ଗୁଗଲର ସାହାଯ୍ୟ ନେବାକୁ ପଡୁଛି। ଗୋଟିଏ ପଟେ ଏହା ଆପଣଙ୍କୁ ସାହାଯ୍ୟ କରୁଥିବା ବେଳେ ଅନେକ ସମୟରେ ଅସୁବିଧାରେ ମଧ୍ୟ ପକାଇଥାଏ। ତେଣୁ ଆଖି ବନ୍ଦ କରି ଏହା ଉପରେ ଭରସା, ବିଶ୍ବାସ କରନ୍ତୁ ନାହିଁ । ଆପଣ ଭାବୁଥିବେ ଯେ, ଗୁଗଲ୍ କିପରି ଆପଣଙ୍କୁ ଅସୁବିଧାରେ ପକେଇ ପାରିବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ସ୍କ୍ରିନସଟରୁ ହିଁ ଆପଣ ଗୁଗଲ୍ ଭୁଲ୍ ସମ୍ପର୍କରେ ବିସ୍ତୃତ ଭାବରେ ଜାଣି ପାରିବେ।

https://twitter.com/PrismNewsOdisha/status/1376183221335908354

କିଛି ଲୋକ unworriedର ହିନ୍ଦୀ ଅର୍ଥ ଖୋଜିଥିଲେ। କିନ୍ତୁ ‘ଗୁଗଲ୍ ସାର୍’ ଏହାକୁ ‘ଅବିବାହିତ’ ମାନେ Unmarried ଭାବରେ ହିନ୍ଦୀରେ ଅନୁବାଦ କରିଥିଲେ। ଏହାପରେ ଲୋକମାନେ ଏହି ହିନ୍ଦୀ ଅନୁବାଦକୁ ନେଇ ଗୁଗଲକୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ। ଉପଭୋକ୍ତାମାନେ ଏହାର ସ୍କ୍ରିନସଟ୍ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିବା ଆରମ୍ଭ କରିଥିଲେ।

ତେବେ ଗୁଗଲର ଏହି ଛୋଟ ଭୁଲ ପାଇଁ ଏତେ ବଡ଼ କ୍ଷତିପୂରଣ ଦେବାକୁ ପଡିବ, ତାହା ନିଜେ ଗୁଗଲ୍ ମଧ୍ୟ ଆଶା କରିନଥିବ। ତେବେ ଏହି ଘଟଣାର କିଛି ସମୟ ପରେ, ଗୁଗଲ ନିଜ ଭୁଲକୁ ସଂଶୋଧନ କରିଥିଲା । କିନ୍ତୁ ଲୋକମାନଙ୍କ ମନରେ କୌତୁହଳ ଆଉ ଉତ୍ସୁକତା ଭରିଥିଲା । ଅନ୍ୟ ଉପଭୋକ୍ତାମାନେ ମରାଠୀ ଏବଂ ତାମିଲରେ ମଧ୍ୟ unworriedର ଅନୁବାଦ କରିବା ଆରମ୍ଭ କରିଥିଲେ ଏବଂ ଏହାର ଅର୍ଥ ‘ଅବିବାହିତ’ Unmarried ହିଁ ବାହାରିଥିଲା । ଲୋକମାନେ ମଧ୍ୟ ଏହାର ଏକ ସ୍କ୍ରିନସଟ୍ ନେଇ ଜୋରସୋରରେ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ। ଲୋକଙ୍କ ଏହିଭଳି କାରନାମା ଦେଖି ଗୁଗଲ ତୁରନ୍ତ ନିଜ ଭୁଲକୁ ସଂଶୋଧନ କରିବା ପାଇଁ ତତ୍ପରତା ପ୍ରକାଶ କରିଥିଲା। କେବଳ ସେତିକି ନୁହେଁ, ଉର୍ଦ୍ଦୁରେ ମଧ୍ୟ ଏହାର ଅର୍ଥ ସନ୍ଧାନରେ କଲେ ଅବିବାହିତ ଦୃଶ୍ୟମାନ ହେଉଥିଲା। ବର୍ତ୍ତମାନ, ଗୁଗଲ୍ ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରିଛି, କିନ୍ତୁ ଏବେ ମଧ୍ୟ ଓଡ଼ିଆରେ unworriedର ଅର୍ଥ ଅବିବାହିତ ହିଁ ଆସୁଥିବା ଦେଖିବାକୁ ମିଳିଛି । ଟ୍ୱିଟରରେ ଏବେ ବି ଲୋକମାନେ ଗୁଗଲ୍ କୁ ଟ୍ରୋଲ୍ କରିବା ସହ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ତେବେ ଗୁଗଲ୍ରେ କିଛି ବି ସର୍ଚ୍ଚ କରିବା ପରେ ତାହାକୁ ପୁନଃ ଯାଞ୍ଚ କରି ନିଅନ୍ତୁ, ନଚେତ୍ ଆପଣ ବଡ଼ ଅସୁବିଧାରେ ପଡିପାରନ୍ତି ।

%d bloggers like this: