ମୋତେ ବିଷ ଦିଆଯାଇଥିଲା: ଓଡ଼ିଆ ବୈଜ୍ଞାନିକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ; ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋସିଆଲ ମିଡିଆରେ ନିଜେ ତପନ ମିଶ୍ର ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହାସହ ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ତପନ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ତଳେ ତାଙ୍କୁ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। ୨୦୧୭ ମେ’ ୨୩ ତାରିଖରେ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିଲା। ବେଙ୍ଗାଲୁରୁ ମୁଖ୍ୟାଳୟରେ ପ୍ରମୋସନ ସାକ୍ଷାତକାର ବେଳେ ଏହି ଘଟଣା ଘଟିଥିଲା।

https://www.facebook.com/tapan.misra.9/posts/10220113571576070

ସେ ଆହୁରି ଅଭିଯୋଗ ଆଣିଛନ୍ତି, ଦୋସା ଓ ଚଟଣିରେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। Arsenic trioxide ମିଶାଇ ଖାଇବାକୁ ଦିଆଯାଇଥିଲା। ଏହାପରେ ଶ୍ୱାସକ୍ରିୟା, ଚର୍ମ, ଫଙ୍ଗାଲ ଇନ୍‌ଫେକସନ ହୋଇଥିଲା।

ଏହି ଘଟଣାକୁ ନେଇ ଦିଲ୍ଲୀ ଏମ୍ସର ମେଡିକାଲ ରିପୋର୍ଟ ମଧ୍ୟ ଦର୍ଶାଇଛନ୍ତି ତପନ। ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ ଦେବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

%d bloggers like this: