ନବୀନଙ୍କ ‘ଗରିବ_ଓଡ଼ିଶା’ରେ କୋଟିପତି ସରକାରୀ କର୍ମଚାରୀ

ନବୀନଙ୍କ ‘ଗରିବ_ଓଡ଼ିଶା’ରେ କୋଟିପତି ସରକାରୀ କର୍ମଚାରୀ

ପ୍ରିଜମ ନ୍ୟୁଜ୍ ଓଡ଼ିଶା: ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ ହେଲା ଯେ, ତାକୁ ଗଣି ଗଣି ହାଲିଆ ହେଇଗଲେ ଭିଜିଲାନ୍ସ ଅଧିକାରୀ ।

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣାକୁ ନେଇ OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ପ୍ରତିକ୍ରିୟା । ‘ଘଟଣାର ଇଣ୍ଟରନାଲ୍ ଇନ୍‌କ୍ୱାରୀ କରାଯିବ । ଦୃଢ ପଦକ୍ଷେପ ନିଆଯିବ । ଏତେ ଗୁଡ଼ିଏ ଟଙ୍କା ସେ କେଉଁଠୁ, କେମିତି ଆଣିଲେ ତଦନ୍ତ କରାଯିବ । OSSCର ସମସ୍ତ ପରୀକ୍ଷାଠାରୁ ବିରଞ୍ଚି ଦୂରରେ ରହନ୍ତି । ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ’।

 ନିଜ ପିଏସ୍‌ଙ୍କ ସଂପତ୍ତି ନେଇ OSSC ସଦସ୍ୟ ଜଗନ୍ନାଥ ଲେଙ୍କା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ମୋର ଏ ଘଟଣାରେ କୌଣସି ନେଣଦେଣ ନାହିଁ । ମୁଁ ଏସବୁ ବିଷୟରେ କିଛି ଜାଣିନି, ଏତେ ଟଙ୍କା କେଉଁଠୁ ଆସିଲା କହିପାରିବିନି । ଘଟଣାର ଭିଜିଲାନ୍ସ ତଦନ୍ତ କରୁଛି, ସତ୍ୟାସତ୍ୟ ପଦାକୁ ନିଶ୍ଚିତ ଆସିବ ।’

ଭିଜିଲାନ୍ସ ତରଫରୁ ଏଥିପାଇଁ ୩ଟି ଟିମ୍ ନିୟୋଜିତ ହୋଇଥିଲେ । ଯେଉଁଥିରେ ୪ଜଣ ଡିଏସପିଙ୍କ ସହ ୧୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ବି ସାମିଲ ହୋଇଛନ୍ତି । ବିରଞ୍ଚିଙ୍କର ଭୁବନେଶ୍ୱର ଏବଂ କଟକରେ ୨ଟି କୋଠା ସହ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ ପ୍ଲଟ୍ ଥିବା ବି ଜଣାପଡିଛି । ଚାକିରି ପାଇଁ ଅର୍ଥ ଆଦାୟ କରି ପିଏସ୍ ମାଲାମାଲ୍ ହୋଇଥିବା ଅନୁମାନ କରାଯାଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: