ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁଣି ଭାଇରାଲ ହେଲା ବଲିଉଡ ସିଙ୍ଗର ଲକି ଅଲ୍ଲୀଙ୍କ ଆଉ ଏକ ଭିଡିଓ। ଗୋଆରେ ଗାଇଥିବା ଏହି ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କର ସୁପର ଡୁପରହିଟ୍ ଗୀତ ‘ଓ ସନମ୍’ ଏବେ ପୁଣିଥରେ ଲୋକଙ୍କ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଛି। ଅଭିନେତ୍ରୀ ନସିଫା ଅଲ୍ଲୀ ଶୋଧି ତାଙ୍କର ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଏହି ଭିଡିଓକୁ ଅପଲୋଡ୍ କରିଛନ୍ତି।
Lucky Ali at Arambol in North Goa after listening to the musical evening was requested for a song and he sang impromptu for all present . Was a lovely setting . pic.twitter.com/Dt5KlWLSxv
— Nafisa Ali Sodhi (@nafisaaliindia) December 12, 2020
ଏକଦା ନବେ ଦଶକରେ ଏହି ଗୀତ ଅନେକ ରେକର୍ଡ କରିଥିଲା। ଏହାପରେ ଏହି ଗୀତର ବିଭିନ୍ନ ଭର୍ସନ୍ ମଧ୍ୟ ବାହାରିଥିଲା। ଲକି ଅଲ୍ଲୀ ମଧ୍ୟ ଏହି ଗୀତକୁ ଆକୁଅଷ୍ଟିକ ଭର୍ସନରେ ଗାଇଥିଲା, ଯାହା ୟୁଟ୍ୟୁବରେ ରେକର୍ଡ କରିଥିଲା। ଏବେ ଗୋଆରେ ଏହି ଗୀତକୁ ପୁଣି ଥରେ ଗାଇ ଲକି ଅଲ୍ଲୀ ଚର୍ଚ୍ଚାକୁ ଆସିଛନ୍ତି।