ଆସନ୍ତା ବର୍ଷ ରିଲିଜ ହେବ ଅଜୟଙ୍କ ‘ମଇଦାନ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ମଇଦାନ’ ଆସନ୍ତା ବର୍ଷରେ ପରଦାକୁ ଆସୁଛି। ୨୦୨୧ ମସିହା ଅକ୍ଟୋବର ୧୫ରେ ଏହି ସିନେମା ରିଲିଜ ହେବ। ଏ ବିଷୟରେ ଟ୍ବିଟ୍ କରି ସୂଚନା ଦ‌େଇଛନ୍ତି ଅଜୟ ଦେବଗନ।


ଦଶହରା ଅବସରର‌େ ଫିଲ୍ମଟି ରିିଲିଜ ହେବାକୁ ଥିବା ବେ‌ଳ‌େ ୨୦୨୧ ଜାନୁଆରୀରୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ। ସୟଦ ଅବଦୁଲ ରହିମଙ୍କ ଜୀବନୀ ଉପର‌େ ଆଧାରିତ ଏହି ଫିଲ୍ମ। ଯିଏକି ୧୯୫୦ରୁ ୧୯୬୩ ଯାଏ ତଥା ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ଦଳର ମ୍ୟାନେଜର ତଥା ଫୁଟବଲ ପ୍ରଶିକ୍ଷକ ଥିଲେ।

%d bloggers like this: