୪ ଜିଲ୍ଲାରେ ୧୪ ଦିନ ପାଇଁ ଲକଡାଉନ୍

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଆସନ୍ତାକାଲି ଠାରୁ ୪ ଜିଲ୍ଲା ସମେତ ଗୋଟଏ ମହାନଗରରେ ପୁଣି ଲକଡାଉନ୍। ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କଟକ ସମେତ ରାଉରକେଲା ପାଇଁ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ଏହାପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏସବୁ ସ୍ଥାନରେ ୩୧ ଜୁଲାଇ ମଧ୍ୟରାତ୍ର ଯାଏ ଲକାଡାଉନ ଜାରି ରହିବ। ତେବେ ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ରହିବ। ଏହି ସମୟରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଷୀର ଓ ପରିବା ଦୋକାନ ଖୋଲା ରହିବ। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହି ସମୟରେ ପେଟ୍ରୋଲ ପମ୍ପ ଓ ସିଏନଜି ଦୋକାନ ମଧ୍ୟ ଖୋଲା ରହିବ। ବିନା କାରଣରେ ଏହି ୪ଟି ଜିଲ୍ଲାକୁ ନ ଆସିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନନ୍ତି।

Leave a Reply

Your email address will not be published. Required fields are marked *