ପ୍ରଥମେ ସଲମାନଙ୍କୁ ହୋଇଥିଲା ‘ଲକ୍ଷ୍ମୀ ବମ୍ୱ’ ଅଫର, ଅକ୍ଷୟଙ୍କ ଜନ୍ମଦିନରେ ରିଲିଜ ହେବ ସିନେମା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନା ପାଇଁ ସିନେମା ହଲ୍ ସବୁ ବନ୍ଦ ଥିବାବେଳେ ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ରିଲିଜ ପାଇଁ ଏବେ ଫିଲ୍ମ ନିର୍ମାତାମାନେ ମନ ବଳାଉଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ସିନେମା ‘ଦିଲ୍ ବେଚାରା’ର ଅଭୂତପୂର୍ବ ସଫଳତା ପରେ ଏବେ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍ୱ’। ଏହି ସିନେମା ସଲମାନ ଖାନଙ୍କ ‘ରାଧେ’କୁ ଟକ୍କର ଦେବାର ଥିଲା। ମାତ୍ର, କୋରୋନା ପାଇଁ ସିନେମା ହଲ୍ ବନ୍ଦ ଥିବାରୁ ‘ଲକ୍ଷ୍ମୀ ବମ୍ୱ’କୁ ଅକ୍ଷୟଙ୍କ ଜନ୍ମଦିନ ଅବସରରେ ରିଲିଜ କରିବାକୁ ଯୋଜନା କରାଯାଇଛି। ଏହି ସମୟରେ ରିଲିଜ ହେଲେ ଏହା ଅକ୍ଷୟଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଗିଫ୍ଟ ହେବ।

କିନ୍ନରଙ୍କ ପାଇଁ ସିନେମା

ଏହି ସିନେମାରେ ଅକ୍ଷୟ କୁମାର ଏକ କିନ୍ନର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଭୂମିକାକୁ ସୂଚାରୁ ରୂପେ ତୁଲାଇବା ପାଇଁ ଅକ୍ଷୟ କୁଆଡ଼େ ପରେଶ ରାୱଲ ଓ ଆଶୁତୋଷ ରାନାଙ୍କ ଠାରୁ ଟିପ୍ସ ନେଉଛନ୍ତି। କାରଣ, ଏହି ଦୁଇ ଅଭିନେତା ପୂର୍ବରୁ କିନ୍ନର ଭୂମିକାରେ ଅଭିନୟ କରି ସାରିଛନ୍ତି। ‘ସଂଘର୍ଷ’ ଫିଲ୍ମରେ ଅକ୍ଷୟ ଓ ଆଶୁତୋଷ ଏକାଠି ଅଭିନୟ କରିଛନ୍ତି। ଏହି ସିନେମାରେ ଆଶୁତୋଷ କିନ୍ନର ଲଜ୍ଜାଶଙ୍କର ପାଣ୍ଡେ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ‘ତମନ୍ନା’ରେ ପରେଶ ରାୱଲ ନାରୀ ଭୂମିକାରେ ଅଭିନୟ କରିଛନ୍ତି।

ଅକ୍ଷୟଙ୍କ ପୂର୍ବରୁ ସଲମାନଙ୍କୁ କରାଯାଇଥିଲା ଅଫର
ଏହି ଭୂମିକାରେ ଅଭିନୟ କରିବା ପାଇଁ ରାଘବ ଲରେନ୍ସ ପ୍ରଥମେ ସଲମାନ ଖାନଙ୍କୁ ଅଫର୍ କରିଥିଲେ। ମାତ୍ର, ସଲମାନ ଏହି ଭୂମିକାରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ଏହାପରେ ରାଘବ ଅକ୍ଷୟ କୁମାରଙ୍କୁ ଅଫର କରିଥିଲେ ଏବଂ ଅକ୍ଷୟ ରାଜି ହୋଇଥିଲେ।

Leave a Reply

Your email address will not be published. Required fields are marked *