ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କଲା କୋଲକାତା ପୋଲିସ

ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କଲା କୋଲକାତା ପୋଲିସ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଥିବା ନୂପୁର ଶର୍ମାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଜୀବନରୁ ମାରି ଦେବାର ଧମକ, ତା’ ପରେ ଥାନାରେ ମାମଲା ଓ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ଆଉ ଏବେ କୋଲକାତା ପୋଲିସର ନୋଟିସ୍‌ ପାଇଛନ୍ତି ନୂପୁର। କୋଲକାତା ପୋଲିସ ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ନୂପୁରଙ୍କ ବିରୋଧରେ ଏମ୍‌ହର୍ଷ୍ଟ ଓ ନାରକେଲଡାଙ୍ଗା ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଥିଲା ଓ ତାଙ୍କୁ ହାଜିର ହେବାକୁ କୁହାଯାଇଥିଲା। କିନ୍ତୁ ଏବେ ଯାଏଁ ସେ ଥାନାରେ ହାଜିର ହୋଇନାହାନ୍ତି। ସେ ହାଜିର ହେବାକୁ ଅଧିକ ସମୟ ମାଗିଛନ୍ତି।

ବିବାଦୀୟ ଟିପ୍ପଣୀ ମାମଲାରେ ନୂପୁର ଶର୍ମାଙ୍କ ବିରୋଧରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧୦ ରୁ ଅଧିକ ମାମଲା ରୁଜୁ ହୋଇଥିବା ନେଇ ସେ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଓଲଟା ଭର୍ତ୍ସନା କରିଥିଲେ। ଏଥିସହ ତାଙ୍କ ପିଟିସନ୍‌ର ଶୁଣାଣି କରିବାକୁ ମନା କରି ଦେଇଥିଲେ। ନୂପୁର ସମସ୍ତ ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ଅନୁରୋଧ କରିଥିଲେ।ଏହା ପରେ ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ ଭର୍ତ୍ସନା କରି କହିଥିଲେ ଯେ ତାଙ୍କ ବୟାନ ପରେ ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଏଥିସହ ସାଂପ୍ରଦାୟିକ ହିଂସା ପାଇଁ କେବଳ ସେ ଏକୁଟିଆ ଦାୟୀ। ଏଥିସହ କୋର୍ଟ ଏହି ପିଟିସନ୍‌ ଉପରେ କୌଣସି ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଫଳରେ ଏବେ ନୂପୁର ଶର୍ମାଙ୍କ ସମସ୍ୟା ବଢ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: