ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା:ହଷ୍ଟେଲ ଛାଡିଥିବା ୬ ଛାତ୍ରୀଙ୍କ ଉପରେ ସନ୍ଦେହ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା:ହଷ୍ଟେଲ ଛାଡିଥିବା ୬ ଛାତ୍ରୀଙ୍କ ଉପରେ ସନ୍ଦେହ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶନିବାର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି। ତେବେ ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଜଣା ପଡ଼ିଥିବା ବେଳେ ଏନେଇ ପୋଲିସ ତନାଘନା ଆରମ୍ଭ କରିଛି।ଏହାସହ ଆଜି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ତଦନ୍ତ ବେଳେ ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ। ଯୁଁଥିରୁ ଏହି ୬ ଜଣ ଛାତ୍ରୀ ହଷ୍ଟେଲ ଛାଡି ଯିବା କଥା ଜଣା ପଡ଼ିଛି।

ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଆତ୍ମହତ୍ୟା ପଛରେ ରାଗିଂ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପୂର୍ବରୁ ରୁଚିକାଙ୍କ ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିଥିଲେ। ଯେଉଁଥିରେ ସେ ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗ ରଖି ମାନସିକ ନିର୍ଯାତନା ଦେଉଥିଲେ ବୋଲି ଲେଖିଛନ୍ତି। ହଷ୍ଟେଲ ଛାଡ଼ି ଚାଲିଯାଇଥିବା ୬ ଜଣ ଛାତ୍ରୀଙ୍କ ମଧ୍ୟରେ ଏହି ୩ ଜଣ ଛାତ୍ରୀ ଥାଇ ପରନ୍ତୁ ବୋଲି ସନ୍ଦେହ କରାଯାଉଛି। ଅନ୍ୟ ପକ୍ଷରେ ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ ନିଷେଧ କରାଯାଇଥିବା ବେଳେ ଖୋଦ ରାଜଧାନୀରେ ଏମିତି ଘଟଣା ଘଟିବା ସମସ୍ତଙ୍କୁ ସ୍ତବ୍ଧ କରିବା ସହ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: