ବଲିଉଡ ସେଲିବ୍ରିଟିଙ୍କ କୋରିଆନ୍ ପପ୍ ମ୍ୟୁଜିକର କ୍ରେଜ୍, ଆର୍ ରେହେମାନଠୁ ନେଇ..

ବଲିଉଡ ସେଲିବ୍ରିଟିଙ୍କ କୋରିଆନ୍ ପପ୍ ମ୍ୟୁଜିକର କ୍ରେଜ୍, ଆର୍ ରେହେମାନଠୁ ନେଇ..

ପ୍ରିଜମ ନ୍ୟୁଜ ବ୍ୟୁରୋ: କୋରିଆନ୍ ପପ୍ ମ୍ୟୁଜିକ ଓ ବିଟିଏସର କୋଟି କୋଟି ଫ୍ୟାନ୍ସ ରହିଛନ୍ତି। ଭାରତରେ ମଧ୍ଯ ଏହା ବହୁ ପରିମାଣରେ ଲୋକପ୍ରିୟ। ବଡ଼ ବଡ଼ ସେଲିବ୍ରିଟିମାନେ ମଧ୍ଯ ଏଥିପାଇଁ ପାଗଳ। ତେବେ ଆସନ୍ତୁ ଜାଣିବା କେଉଁମାନେ ଏହାକୁ ବେଶୀ ପସନ୍ଦ କରନ୍ତି।

ଆର ରେହେମାନ : କିଛି ସପ୍ତାହ ପୂର୍ବରୁ ଆର ରେହେମାନ ଓ ତାଙ୍କ ପୁଅ ଆର ଅମିନଙ୍କୁ ଗ୍ରାମୀଠାରେ ବିଟିଏସ ବ୍ୟାଣ୍ଡ ସହ ଫଟୋ ପଠାଇଥିବା ଦେଖିବାକୁ ମିଳିଥିଲା। କେବଳ ଫଟୋ ନୁହେଁ ଉଭୟ ବ୍ୟାଣ୍ଡ ଓ ବିଟିଏସକୁ ପସନ୍ଦ କରୁଥିବା ଜଣା ପଡ଼ିଥିଲା।

ଦିଲଜିତ ଦୋସାଞ୍ଝ: ଗାୟକ ଦିଲଜିତ୍ ବିଟିଏସକୁ ବହୁତ ପସନ୍ଦ କରୁଥିବାର ପ୍ରମାଣ ନିଜେ ଟୁଇଟରରେ ଶେୟାର କରିଛନ୍ତି। ସେମାନଙ୍କ ପରିଶ୍ରମକୁ ସମ୍ମାନ ଜଣାଇବା ସହ ବେଷ୍ଟ ବୋଲି ସେ ଟୁଇଟରରେ ଲେଖିଛନ୍ତି।

ବାଦଶାହ: ବଲିଉଡର ବାଦଶାହା ଗୋଟିଏ ବାକ୍ଯରେ ଲେଖିଛନ୍ତି ବୟ ଉଇଥ ଲଭ୍। ବିଟିଏସକୁ ଟ୍ୟାଗ କରିବା ସହ ମେଲୋଡ଼ି ଓ ଭିଜୁଆଲର ପ୍ରଶଂସା କରିଛନ୍ତି ସେ।

ଦିଶା ପାଟାନି: ଅଭିନେତ୍ରୀ ଦିଶା ପାଟନି ଜିରୋ ନାଇଟରେ ନିଜର ଡୋଗୋ ସହ ବ୍ୟାକ ଗ୍ରାଉଣ୍ଡରେ ବିଟିଏସ ଗୀତ ବଜାଇଛନ୍ତି। ଏହାକୁ ସେ ପୋଷ୍ଟ କରିଛନ୍ତି।

ଅର୍ମାନ ମଲ୍ଲିକ: ବିଟିଏସ ଓ ଇକ୍ସଓ ପ୍ରତି ନିଜର ଭଲପାଇବା ଜଣାଇ ସେ ଏହାକୁ ପସନ୍ଦ କରନ୍ତି ଓ ଶୁଣନ୍ତି ବୋଲି ଜଣାଇଛନ୍ତି।

ଟାଇଗର ଶ୍ରଫ୍: ୨୦୨୦ ମସିହାରେ ଏକ କୌତୁକ ପୂର୍ଣ୍ଣ ଭିଡିଓ ଅପଲୋଡ଼ କରି ଡାଇନାମାଇଟ ବେଲି ଲେଖିଥିଲେ। ସେହି ଭିଡିଓରେ ସେ ବିଟିଏସ ସହ ତାଳ ମିଳାଇ ଏକ ଭିଡିଓରେ ଡ୍ୟାନ୍ସ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: