ମନୋଜ ବାଜପେୟୀଙ୍କ ଜନ୍ମଦିନରେ ସାମ୍ବାଦିକା କହିଲେ

ମନୋଜ ବାଜପେୟୀଙ୍କ ଜନ୍ମଦିନରେ ସାମ୍ବାଦିକା କହିଲେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡର ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ଜନ୍ମଦିନ। ସେ ୫୩ ବର୍ଷରେ ପହଞ୍ଚିଛନ୍ତି।ଜନ୍ମଦିନ ଉପଲକ୍ଷେ ଜଣେ ସାମ୍ବାଦିକା ତାଙ୍କୁ ଟୁଇଟରରେ ଏକ ପୁରୁଣା ଦିନର କଥା ସହ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଫ୍ଯାମିଲି ମ୍ୟାନର ପ୍ରୋମେଶନ ସମୟରେ ଏକ ସାକ୍ଷାତକାର ପାଇଁ ସେ ଯାଇଥିଲେ। ସାମ୍ବାଦିକା ଋତିପୂର୍ଣ୍ଣା ଚାଟାର୍ଜୀ ସେତେବେଳେ ୮ମାସର ପ୍ରେଗନାଣ୍ଟ ଥିଲେ। ବହୁ ସମୟ ଅପେକ୍ଷା ପରେ ଯେତେବେଳେ ଚାଟାର୍ଜୀଙ୍କୁ ସାକ୍ଷାତକାର ନେବାର ସୁଯୋଗ ମିଳିଲା, ବାଜପେୟୀ ତାଙ୍କୁ ରୁମ ଭିତରକୁ ଯାଇ ପାରିବା କି ନାହିଁ ପ୍ରଶ୍ନ କରିଥିଲେ। ଏଥିସହ ଜଣାଇଥିଲେ ଆପଣ ବହୁତ ସମୟ ଧରି ଛିଡ଼ା ହୋଇ ରହିଛନ୍ତି । ଯାହା ବର୍ତ୍ତମାନ ଆପଣଙ୍କ ପାଇଁ ଠିକ୍ ନୁହେଁ। ସେ ତାଙ୍କୁ ବସାଇବା ସହ ପିଠି ପଛରେ ତକିଆ ରଖି ଆରାମରେ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେଇଥିଲେ। ସାମ୍ବାଦିକାଙ୍କର ଏହି ଟୁଇଟ ଭାଇରାଲ ହେବା ପରେ ଏହା ବାଜପେୟୀଙ୍କ ନଜରରେ ପଡ଼ିଲା। ସେ ସାମ୍ବାଦିକାଙ୍କ ପୁଅକୁ ଭଲପାଇବା ଦେବା ସହ ତାଙ୍କୁ ଧନ୍ଯବାଦ ଜଣାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: