ସୀମାନ୍ତ ଅଞ୍ଚଳରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୀରେ ଧୀରେ କୋରୋନା ଉଗ୍ର ରୂପ ନେବାକୁ ଲାଗିଲାଣି। ଲକ୍ ଡାଉନ୍, ସଟଡାଉନକୁ ନେଇ ଡରିଲେଣି ଲୋକେ। ଏହି ଭାଇରସ୍ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ କାୟା ମେଲାଉଥିବାରୁ ଏହାର ମୁକାବିଲା କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଓଡ଼ିଶା ଯଦିଓ କରୋନା ନିୟନ୍ତ୍ରଣରେ ଭଲ ସ୍ତରରେ ରହିଛି ଆଉ ଏଠି ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି। କିନ୍ତୁ ଏବେ ଦିନକୁ ଦିନ ସଂକ୍ରମିତଙ୍କ ମାମଲା ବଢ଼ୁଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି । ନୂଆପଡ଼ା ଜିଲ୍ଲାର ସିନାପାଲିରୁ ସର୍ବାଧିକ ୨୯ଟି କୋରୋନା ମାମଲା ସାମ୍ନାକୁ ଆସିଛି । ତେବେ ଆଜି ଗୋଟିଏ ଦିନରେ ରାଜ୍ୟରେ ୧୭୦ଟି କୋରୋନା ମାମଲା ଚିହ୍ନଟ ହୋଇଛି । ସଙ୍ଗରୋଧ କେନ୍ଦ୍ରରୁ ୯୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୭୧ଟି ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ୱରରୁ ୭ ଜଣ, ବରଗଡ଼ରୁ ୨ ଜଣ, ବଲାଙ୍ଗିରରୁ ୫ ଜଣ, କଟକରୁ ୨୩ ଜଣ, ଦେବଗଡ଼ରୁ ୩ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫ ଜଣ, ଭଦ୍ରକରୁ ଜଣେ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୮ ଜଣ, କେନ୍ଦୁଝରରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୨୩ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୮ ଜଣ, ନୂଆପଡ଼ାରୁ ୨୭ ଜଣ, ପୁରୀରୁ ୪ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୨ ଜଣ ଓ ଷ୍ଟେଟ୍‌ପୁଲରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତକଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬ରେ ପହଞ୍ଚିଛି। ଏବେ ସୁଦ୍ଧା ୩ ଲକ୍ଷ ୩୬ ହଜାର ୨୬୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୦୮ଟି ସକ୍ରିୟ ମାମଲା ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପରେ ରାଉରକେଲା ଏନଆଇଟି ପରିସରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆପଡ଼ା ପରେ ନବରଙ୍ଗପୁରରେ ଗୁରୁବାରଠାରୁ ନାଇଟି କର୍ଫ୍ୟୁ ଲାଗୁ ହୋଇଛି।

%d bloggers like this: