କୋରୋନା ରୋକୁଛି ଆଇଭରମେକ୍ସିନ୍ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ରୋକିବାରେ ସଫଳ ହେଛି ଆଇଭରମେକ୍ସିନ୍। ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର ଏମ୍ସ ଗବେଷଣାରୁ ଜଣାପଡ଼ିଛି। ଆଇଭରମେକ୍ସିନର ୨ଟି ଡୋଜ୍ କୋଭିଡ୍ ଭୂତାଣୁ ସଂକ୍ରମଣକୁ ୭୩ ପ୍ରତିଶତ କମାଇ ଦେଉଥିବା ଗବେଷଣାରେ ଦାବି କରାଯାଇଛି। ଗତ ସେପ୍ଚମ୍ବର ୨୦ରୁ ଅକ୍ଟୋବର ୧୯ ତାରିଖ ମଧ୍ୟରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏମ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ ଗବେଷଣା ହୋଇଥିଲା। ୧୨ ଜଣ ବିଶେଷଜ୍ଞ ଏହି ଗବେଷଣାରେ ସାମିଲ ହୋଇଥିଲେ।

%d bloggers like this: