ଅଷ୍ଟ୍ରେଲିଆ ଟୁର୍ କ’ଣ ଆଇପିଏଲ ଠାରୁ ଏତେ ନ୍ୟୁନ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରୋହିତ ଶର୍ମା ପ୍ରକୃତରେ ଆହତ କି ? ଯଦି ଆହତ ପୁଣି ଥରେ ଆଇପିଏଲ ଶେଷ ଲିଗ୍ ଖେଳିଲେ କିପରି ? ଏଭଳି ପ୍ରଶ୍ନ କରିଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲ୍ଲୀପ ଭେଙ୍ଗସରକାର। ଅଷ୍ଟ୍ରେଲିଆ ଟୁର୍ ପାଇଁ ଭାରତୀୟ ଦଳ ଘୋଷିତ ହୋଇସାରିଛି। ହେଲେ, ଆହତଜନିତ କାରଣରୁ ଟୁରର କୌଣସି ଫର୍ମାଟରେ ସାମିଲ୍ ନାହାନ୍ତି ରୋହିତ ଶର୍ମା। ଟେଷ୍ଟ, ଟି-ଟ୍ୱେଣ୍ଟି, ଦିନିକିଆ ଦଳରୁ ଆଉଟ୍ ହୋଇଛନ୍ତି ଟିମ୍ ଇଣ୍ଡିଆର ଓପ୍ନର ରୋହିତ ଶର୍ମା। ଯଦି ସେ ଆହତ, ତେବେ ଆଇପିଏଲ ଶେଷ ଲିଗ୍ ମ୍ୟାଚ୍ ଖେଳିଲେ କିପରି। ଏଥିରେ ସନ୍ଦେହ ନାହିଁ ଆଇପିଏଲର କିଛି ମ୍ୟାଚ୍ ସେ ଖେଳିନାହାନ୍ତି।

ତେବେ, ଅଷ୍ଟ୍ରେଲିଆ ଟୁର୍ କ’ଣ ଆଇପିଏଲ ଠାରୁ ଏତେ ନ୍ୟୁନ। କ୍ଲବ୍ ଖେଳ ଖେଳିବା ବେଳେ ଆହତ ଜଣାପଡ଼େନି, ମାତ୍ର ଦେଶପାଇଁ ଖେଳିବା ବେଳେ କିପରି ଆହତ ହେଲେ ରୋହିତ। ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ତଥା ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର। ଆଇପିଏଲ ନା ଅଷ୍ଟ୍ରେଲିଆ ଟୁର, କ୍ଲବ୍ ଖେଳ ନାଁ ବିଶ୍ୱର ଏକ ନମ୍ବର ତଥା ଶକ୍ତିଶାଳୀ ଟିମ୍ ବିପକ୍ଷରେ ଖେଳିବା କାହାକୁ ଚାହାନ୍ତି ରୋହିତ ଶର୍ମା ବୋଲି ସେ ପ୍ରଶ୍ନ କରିଛନ୍ତି। ବିସିସିଆଇ ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି ଭେଙ୍ଗସରକାର କହିଛନ୍ତି।

%d bloggers like this: