କାହା ସହ ଡେଟିଂ କରୁଛନ୍ତି କି କ୍ରସ୍ ଗାର୍ଲ ରଶ୍ମିକା ?

କାହା ସହ ଡେଟିଂ କରୁଛନ୍ତି କି କ୍ରସ୍ ଗାର୍ଲ ରଶ୍ମିକା ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିଆରା ଅନ୍ଦାଜ ଓ ଚୁଲବୁଲି ଲୁକ୍‌ ପାଇଁ ଯୁବପିଢ଼ିଙ୍କୁ ପ୍ରଥମ ପସନ୍ଦ ପାଲଟିଛନ୍ତି ସାଉଥ୍‌ ହିରୋଇନ ରଶ୍ମିକା ମନ୍ଦାନା । ‘ଗୀତ ଗୋବିନ୍ଦମ୍’ ଫିଲ୍ମରେ ତାଙ୍କର ଅଭିନୟ ସମସ୍ତଙ୍କୁ ମତୁଆଲା କରିଥିଲା। ରାତାରାତି ସୋସିଆଲ ମିଡିଆରେ ଯୁବବର୍ଗଙ୍କ କ୍ରସ୍ ପାଲଟି ଯାଇଥିଲେ ଅଭିନେତ୍ରୀ ରଶ୍ମିକା। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଚ୍ରି କରିବାର ଖୁବ୍ କମ୍ ସମୟ ମଧ୍ୟରେ ୧ ବିଲିୟନର ଅଧିକାରୀ ହୋଇପାରିଛନ୍ତି। ତେଲୁଗୁ ଓ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ନାୟିକା ହୋଇଥିବାରୁ ରଶ୍ମିକାଙ୍କ ଡିମାଣ୍ଡ ମଧ୍ୟ ବଢ଼ିଯାଇଛି । ତେବେ ତାଙ୍କ ଖୋଲା ହୃଦୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି କର୍ଣ୍ଣାଟକ କ୍ରସ୍ ଗାର୍ଲ ରଶ୍ମିକା।

ନିଜ ରିଲ୍‌ ହେଉ ବା ରିୟଲ ଲାଇଫ୍‌ ବିଷୟରେ ମିଡିଆ ସାମ୍ନାରେ କହିବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ରକ୍ଷିତ ସେଟ୍ଟୀଙ୍କ ସହ ବ୍ରେକଅପ୍‌ ପରେ ଅନେକ ଥର ଅନ୍ୟମାନଙ୍କ ସହ ଲିଙ୍କ୍‌ କରାଯାଉଥିବା ଦେଖିବାକୁ ମିଳିଛି । ‘ଗୀତ ଗୋବିନ୍ଦମ୍’ଫିଲ୍ମର ଲିଡ୍‌ ହିରୋ ବିଜୟ ଦେବରାକୋଣ୍ଡାଙ୍କୁ ସେ ଡେଟିଂ କରୁଥିବା ସବୁଠୁ ବେଶି ଚର୍ଚ୍ଚାର ବିଷୟ ହୋଇଥିଲା। ଫିଲ୍ମରେ ବିଜୟଙ୍କ ସହ କେମିଷ୍ଟ୍ରୀ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। ହେଲେ ପରେ ସେମାନେ କେବଳ ଭଲ ବନ୍ଧୁ ବୋଲି ଉଭୟ ସଫେଇ ଦେଇଥିଲେ। ପୂର୍ବରୁ ମଧ୍ୟ ମିଡିଆ ଓ ପ୍ରଶଂସକଙ୍କ ଆଗରେ ନିଜ ପର୍ସନାଲ ଲାଇଫ ସମ୍ପର୍କରେ କହିଥିବା ରଶ୍ମିକା ଏବେ ପୁଣି ମୁହଁ ଖୋଲିଛନ୍ତି।


ନିଜ ଇନଷ୍ଟାଗ୍ରାମରେ ଏନେଇ ପୋଷ୍ଟ କରି କହିଛନ୍ତି, ସେ ସିଙ୍ଗଲ୍‌ ଅଛନ୍ତି ଓ ସେ ଏହାକୁ ଭଲ ପାଆନ୍ତି। ଏଥିସହ ଯେଉଁମାନେ ତାଙ୍କ ନାଁକୁ ଅନ୍ୟମାନଙ୍କ ସହ ଯୋଡ଼ିଥାଆନ୍ତି, ସେମାନଙ୍କ ପାଇଁ ଏ ପୋଷ୍ଟ କରିଛନ୍ତି ବୋଲି କହିଛନ୍ତି ରଶ୍ମିକା। ୨୦୧୭ ମସିହାରେ ରକ୍ଷିତଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। ହେଲେ ଏସମ୍ପର୍କ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରିନ ଥିଲା। ୨୦୧୮ରେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା । ୨୦୧୭ରେ ତେଲୁଗୁ ଫିଲ୍ମ ‘କ୍ରିକି ପାର୍ଟି’ ଜରିଆରେ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଛନ୍ତି । କିନ୍ତୁ ୨୦୧୮ର ‘ଗୀତ ଗୋବିନ୍ଦମ୍’ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା ।

%d bloggers like this: