କଙ୍ଗନା ଦେଲେ ଓପନ୍ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ କହିଲେ…

କଙ୍ଗନା ଦେଲେ ଓପନ୍ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ କହିଲେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସବୁବେଳେ ଖୁଲମଖୁଲା ନିଜ କଥାକୁ ମିଡିଆ ସାମ୍ନାରେ ରଖୁଥିବା ବଲିଉଡ୍‌ କ୍ବିନ୍ କଙ୍ଗନା ରାଣାୱତଙ୍କ ମୁମ୍ବାଇ ଟ୍ବିଟ୍ କୁ ନେଇ ଏବେ ଚର୍ଚ୍ଚା। ଆଉ ଏକ ଟ୍ବିଟ୍ କରି ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଓପନ୍‌ ଚ୍ୟାଲେଞ୍ଜ ଦେଇଛନ୍ତି କାଙ୍ଗନା। ଯଦି କାହାର ସାହସ ଅଛି ତାଙ୍କୁ ମୁମ୍ବାଇ ଆସିବା ପାଇଁ ଅଟକାଇ ପାରିବେ ବୋଲି ସେ ଟ୍ଵିଟରେ ଲେଖିଛନ୍ତି।

https://twitter.com/KanganaTeam/status/1301782810261299200?s=19
https://twitter.com/KanganaTeam/status/1301823794240131074

ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତଙ୍କ ଏକ ଟ୍ବିଟର ଜବାବ ଦେଇ ମୁମ୍ବାଇ କାହିଁକି ପାକିସ୍ତାନ ଅଧିକୃତ କାଶ୍ମୀର ପରି ଲାଗୁଛି ବୋଲି ସେ ଲେଖିଥିଲେ । ଏହି ଟ୍ବିଟକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି, ସମସ୍ତେ ସମାଲୋଚନା କରିଥିଲେ । ବିଜେପି ନେତା ପରୱଶ ସାହିବ ସିଂହ ମଧ୍ୟ ଟ୍ବିଟ୍ କରିଥିଲେ, ଯାହାର ଜବାବ ଦେବା ପାଇଁ କଙ୍ଗନା ଆଉ ଏକ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ଲୋକମାନେ ମୋତେ ଏ ସପ୍ତାହରେ ମୁମ୍ବାଇ ନଆସିବା ପାଇଁ ଧମକାଉଛନ୍ତି। ସେଥିପାଇଁ ସେ ୯ ତାରିଖରେ ମୁମ୍ବାଇ ଫେରୁଛନ୍ତି, ଫେରିବା ସମୟ ମଧ୍ୟ ପୋଷ୍ଟ କରିବେ। ଏବଂ କାହା ବାପାର ଯଦି ସାହସ ଅଛି ତା’ହେଲେ ମୋତେ ଏୟାରପୋର୍ଟରେ ଅଟକାଇବ ବୋଲି କାଙ୍ଗନା ଟ୍ବିଟରେ ଲେଖିଛନ୍ତି ।

%d bloggers like this: