‘ବିଷ-କନ୍ୟା’ଓ ଅନ୍ୟାନ୍ୟ ଅପମାନଜନକ ନାଁ କହିବା କ’ଣ ଠିକ୍ ?: ସୋନା ମହାପାତ୍ର

‘ବିଷ-କନ୍ୟା’ଓ ଅନ୍ୟାନ୍ୟ ଅପମାନଜନକ ନାଁ କହିବା କ’ଣ ଠିକ୍ ?: ସୋନା ମହାପାତ୍ର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁଶାନ୍ତ ସିଂହ ରାଜପୂତ ମୃତ୍ୟୁ ମାମଲାର ତଦନ୍ତ ଭାର ଦାୟିତ୍ବରେ ଅଛନ୍ତି ଦେଶର ବଡ଼ ବଡ଼ ଏଜେନ୍ସି । ସିବିଆଇ, ଏନସିବି ଓ ଇଡି ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ପ୍ରତିଦିନି ଘଟଣାର ନୂଆ ମୋଡ଼ ନେଉଛି। ଏହାସହ ସବୁଦିନ କିଛି ନା କିଛି ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏନେଇ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପୃକ୍ତି ନେଇ ସିବିଆଇ ପଚରାଉଚରା କରୁଛି। ନିକଟରେ ରିୟା, ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଇଣ୍ଟରଭ୍ୟୁ ଦେବା ପରେ ଟେଲିଭିଜନ ସହ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାରମାନେ ରିୟାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ଏବେ ଯୋଡ଼ି ହୋଇଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର । ରିୟାଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଥିବାରୁ, ଏହାକୁ ନେଇ ସୋନା ମହାପାତ୍ର ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ରିୟାଙ୍କ ବୋଲ୍ଡ ଫୋଟକୁ ଦେଖାଉଥିବା କେତେକ ଗଣମାଧ୍ୟମ ସଂସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସୋନା। ରାଜନୀତି- ସାମାଜିକ ପ୍ରସଙ୍ଗ ସମେତ ବଲିଉଡ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜ ବିଚାର ରଖି ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନା ମହାପାତ୍ର ଏବେ ରିୟାଙ୍କ ସପୋର୍ଟରେ ଠିଆ ହୋଇଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ବିରୋଧରେ ପ୍ରସାରିତ ଖବରକୁ ନେଇ ଗଣମାଧ୍ୟମ ସଂସ୍ଥା ଉପରେ ବର୍ଷିଛନ୍ତି ସୋନା। ଏଥିସହ ରିୟାଙ୍କ ବିକିନୀ ଫୋଟକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ଏନେଇ ଟ୍ବିଟ କରି ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଓ ନ୍ୟାୟ ପାଇବା ଆବଶ୍ୟକ ବୋଲି କହିଛନ୍ତି ସୋନା। ରିୟାଙ୍କ ବିକିନି ଚିତ୍ର ପ୍ରସାରଣ କରିବା କିମ୍ବା ତାଙ୍କୁ ‘ବିଷ-କନ୍ୟା’ଓ ଅନ୍ୟାନ୍ୟ ଅପମାନଜନକ ନାମ କହିବା , କ’ଣ ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ସୋନା। ସୋସିଆଲ ମିଡିଆରେ ସୋନା ମହାପାତ୍ରଙ୍କ ଏହି ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ସୋନାଙ୍କ ପ୍ରଶଂସକ ଓ ସୋସିଆଲ ମିଡିଆର ୟୁଜର୍ସ କମେଣ୍ଟ ଜରିଆରେ ଏହା ଉପରେ ନିଜ ପ୍ରତିକ୍ରିୟା ରଖୁଛନ୍ତି। ସୋନାଙ୍କ ପୂର୍ବରୁ ତାପସୀ ପାନ୍ନୁ ଓ ବିଦ୍ୟା ବାଲାନ ମଧ୍ୟ ରିୟାଙ୍କୁ ସମର୍ଥନ କରିଛନ୍ତି। କିଛି ଦିନ ପୂର୍ବେ ମିଡିଆରେ ରିୟା ଇଣ୍ଟରଭ୍ୟୁ ଦେଇଥିଲେ, ଯେଉଁଥିରେ ସୁଶାନ୍ତଙ୍କ ବିଷୟରେ ନୂଆ ନୂଆ କଥା ସାମ୍ନାକୁ ଆଣିଥିଲେ।

%d bloggers like this: