ଏଠାରେ ଅନ୍ତର୍ଜାତୀୟ ଫୋନ କଲ୍ କରିବା ଅପରାଧ

ଏଠାରେ ଅନ୍ତର୍ଜାତୀୟ ଫୋନ କଲ୍ କରିବା ଅପରାଧ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତର କୋରିଆ ଅନେକ କାରଣ ପାଇଁ ଚର୍ଚ୍ଚାରେ ରହିଥାଏ। ଏଠାରେ ଅତ୍ୟନ୍ତ ବିଚିତ୍ର ଓ କୃରୁ ନିୟମମାନ ଲାଗୁ ହୋଇଥାଏ। ତେବେ ଉତ୍ତର କୋରିଆର ଏକ ଛତ୍ରବାଦି ଶାସକ କିମ ଜଙ୍ଗ ଉନଙ୍କ ଅନ୍ତର୍ଜାତୀୟ ସମ୍ପର୍କ ପ୍ରତି ନୈରାଶ୍ୟ ଆଭିମୁଖ୍ୟ ଯୋଗୁଁ ଦେଶ ଅଡୁଆରେ ପଡିଛି। ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସଙ୍କଟ, ଆଣବିକ କାର୍ଯ୍ୟକ୍ରମ ଏବଂ ପରୀକ୍ଷଣ,ମାନବିକ ଅଧିକାର ତଥା ସ୍ୱାଧୀନତାର ଉଲ୍ଲଂଘନ ଭଳି ଅନେକ ପ୍ରସଙ୍ଗ ତିକ୍ତତାର ଶୀର୍ଷରେ ପହଁଚାଇଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଆନ୍ତର୍ଜାତୀୟ କଲ୍ ଉପରେ ପ୍ରତିବନ୍ଧକ । ଅର୍ଥାତ୍ ଉତ୍ତର କୋରିଆ ନାଗରିକମାନେ ଆନ୍ତର୍ଜାତୀୟ କଲ୍ କରିପାରିବେ ନାହିଁ କାରଣ ଏହା ସେଠାରେ ଅପରାଧ ବୋଲି ବିବେଚନା କରାଯାଏ।ଦେଶରେ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ଉପରେ ଉତ୍ତର କୋରିଆ ସରକାର ନଜର ରଖିଛନ୍ତି।

ଏକାଧିକ ରିପୋର୍ଟ ନିଶ୍ଚିତ କରିଛି ଯେ ଉତ୍ତର କୋରିଆ ସରକାର ଦେଶରେ ଯୋଗାଯୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଏକ ଅସ୍ତ୍ର ଭାବରେ ଦେଖନ୍ତି ଯାହା ଦ୍ଵାରା ସେ ଲୋକଙ୍କ ସ୍ୱରକୁ ଦମନ କରିପାରିବେ। ଯଦିଓ ଉତ୍ତର କୋରିଆର କୌଣସି ନାଗରିକ ଅନ୍ତର୍ଜାତୀୟ କଲ୍ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ କଠୋର ଦଣ୍ଡ ମିଳିବ। ରିପୋର୍ଟ ଅନୁଯାୟୀ, ୨୦୦୭ ମସିହାରେ ଏକ କାରଖାନାର ତଳ ମହଲାରେ ସ୍ଥାପିତ ୧୩ ଟି ଫୋନରେ ଆନ୍ତର୍ଜାତୀୟ କଲ୍ କରିବା ଅଭିଯୋଗ ହେବା ପରେ ସେହି କାରଖାନା ମାଲିକଙ୍କୁ ହଜାର ହଜାର ଲୋକଙ୍କ ସମ୍ମୁଖରେ ଗୁଳି କରି ମୃତ୍ୟୁଦଣ୍ଡ ଦିଆଯାଇଥିଲା।ଉତ୍ତର କୋରିଆରେ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ମାତ୍ର ୩ ନିୟୁତ। ଜନସଂଖ୍ୟା ଅନୁଯାୟୀ, ସେଠାରେ ୧୦ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କ ପାଖରେ ମୋବାଇଲ୍ ଅଛି ।

ଉତ୍ତର କୋରିଆରେ କେବଳ ଏକମାତ୍ର ଲୋକପ୍ରିୟ ମୋବାଇଲ୍ ଫୋନ୍ ସେବା ଅଛି ଯାହା ଗ୍ରାହକଙ୍କୁ ସେବା ଯୋଗାଇଥାଏ। କିନ୍ତୁ ଏହି ନେଟୱାର୍କରେ ଆନ୍ତର୍ଜାତୀୟ ଫୋନ୍ କଲ୍ ଅନୁମୋଦିତ ନୁହେଁ କାରଣ ଏହା କେବଳ ସ୍ଥାନୀୟ କଲ୍ ମଧ୍ୟରେ ସୀମିତ।ଉତ୍ତର କୋରିଆର ଏକମାତ୍ର ମୋବାଇଲ୍ ଯୋଗାଯୋଗ ନେଟୱାର୍କ ହେଉଛି ‘କୋରିଓ ଲିଙ୍କ୍’। କୋରିଓ ଲିଙ୍କ୍ ଇଜିପ୍ଟର ଟେଲିକମ୍ କମ୍ପାନୀହେ ରସକମ୍ ଦ୍ୱାରା ପରିଚାଳିତ। ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଅଧିକାଂଶ ଲୋକ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ରୁହନ୍ତି। ଏଥି ସହିତ, କେବଳ କିଛି ବଛା ବଛା ନାଗରିକ ଏବଂ ବିଦେଶୀଙ୍କୁ ଏଠାରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏହାସହ ଉତ୍ତର କୋରିଆବାସୀଙ୍କ ପାଇଁ ବନ୍ଦ ନେଟୱାର୍କରେ ପ୍ରବେଶ ଅଛି ଯାହା କେବଳ ଘରୋଇ ୱେବସାଇଟ୍ ଏବଂ ଇମେଲ୍ ସେବା ସହିତ ସଂଯୋଗ ହୋଇପାରିବ, ଯାହାକୁ ସରକାର ମଧ୍ୟ ତୀକ୍ଷ୍ଣ ନଜର ରଖିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: