ଭାରତର ଭ୍ୟାକସିନ୍ ଡିପ୍ଲୋମାସୀ; ପଡ଼ୋଶୀ ପ୍ରଥମ, ଏବେ ବିଶ୍ୱର ନଜର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କଥା ଛଳରେ କୁହାଯାଏ ପ୍ରଥମେ ସେମାନେ ତୁମକୁ ଦୁର୍ବଳ ଅନୁଭବ କରିବେ ନଚେତ କରାଇବେ, ପରେ ତୁମକୁ ଇର୍ଷା କରିବେ, ପ୍ରଶଂସା କମ୍ ପ୍ରଶ୍ନ ଅଧିକ କରିବେ କିନ୍ତୁ ଆପଣଙ୍କୁ ଇଗନୋର ବା ଅଣଦେଖା କରିପାରିବେନି । ଆବଶ୍ୟକତା ସମୟରେ ଆପଣଙ୍କ ସାଥ୍ ହିଁ ଲୋଡ଼ିବେ । ଏହି କଥା ଏଥିପାଇଁ କୁହାଯାଇପାରେ ଯେବେ ସାରା ବିଶ୍ୱ ବୈଶ୍ୱିକ ମହାମାରୀ କରୋନାର ଯାତନା ଓ ତାଡନା ସହୁଛି ଏବଂ ବାରମ୍ବାର ପ୍ରୟାସ ପରେ ମଧ୍ୟ ଭ୍ୟାକସିନ୍ ବା ଟିକା ବିକଶିତ ଦିଗରେ ସେତେଟା  ସଫଳତା ପାଇନାହିଁ। ଭାରତ କିନ୍ତୁ ଏ ଦିଗରେ ପାଦେ ଆଗେଇ ବିଶ୍ୱ ପାଇଁ ଆଶାର କିରଣ ସାଜିଛି । ଭାରତରେ ନିର୍ମିତ ଦୁଇଟି ଟିକା କୋଭିସିଲଡ ଏବଂ କୋଭାକ୍ସିନ ଏବେ ଏହାର ପଡ଼ୋଶୀ ଦେଶରେ ପହଞ୍ଚି ସାରିଛି । ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ଏବଂ ଟିକା ନିର୍ମାତା କମ୍ପାନୀ ଓ ଏହାର ବୈଜ୍ଞାନିକଙ୍କୁ ପ୍ରଶଂସା ପରେ ପ୍ରଶଂସା ଛୁଟୁଛି ।

ଭାରତଠୁ କରୋନା ଭ୍ୟାକସିନର ୨୦ ଲକ୍ଷ ଡୋଜ୍ ମିଳିବା ପରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ହେଉ ଅବା ସେ ଟ୍ୱଟ୍ କରି ହନୁମାନଙ୍କ ଫଟୋ ସେୟାର କରିବା । ଟିକା ପଠାଇ ବ୍ରାଜିଲ୍ ବାସୀଙ୍କ ମନ ଜଣିନେଇଥିବା ଭାରତ ଓ ଭାରତୀୟଙ୍କ ମନରେ ମଧ୍ୟ ରହିବେ ମୋଦିଙ୍କ ବ୍ରାଜିଲ ପ୍ରତିପକ୍ଷ ।

ଭାରତର ଟିକାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିବାକୁ ଭୁଲିନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ପ୍ରଂଶସା। କରୋନା ବିରୋଧୀ ଲଢେଇରେ ଭାରତର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଅଧନମ୍। କରୋନା ମହାମାରୀ ରୋକିବାକୁ ବିଶ୍ୱର ଲଢେଇରେ ଭାରତର ସହଯୋଗକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଅଧନମ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଂଶସା କରିବା ସହ ସେ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ କହିଛନ୍ତି ସମସ୍ତେ ମିଳିମିଶି କୋଭିଡକୁ ପରାସ୍ତ କରିପାରିବା ପରସ୍ପର ମଧ୍ୟରେ ଜ୍ଞାନକୌଶଳର ଆଦାନପ୍ରଦାନ ଦ୍ୱାରା ଆମେ ସମସ୍ତଙ୍କ ଜୀବନଧାରାରେ ସୁଧାର ସହ ଜୀବନ ବଂଚାଇ ପାରିବ ବୋଲି କହିଛନ୍ତି।

ଏବେ କଥା ହେଉଛି ପଡ଼ୋଶୀ ନୀତିକୁ ପ୍ରାଥମିକତା ଦେଉଥି ଭାରତ ଏବେ ସ୍ୱଦେଶୀ ଟିକାକୁ ଭୁଟାନ, ମାଲଦ୍ୱିପ, ନେପାଳ, ବାଂଲାଦେଶ ସମେତ ବ୍ରାଜିଲ୍, ମରକ୍କୋ ଭଳି ମିତ୍ର ରାଷ୍ଟ୍ରକୁ ପଠାଇ ସାରିଛି । ମରିସସ, ମିଆଁମାର, ସେସଲ୍ସ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଏବଂ ଆଫଗାନିସ୍ତାନ ମଧ୍ୟ ଭାରତୀୟ ଟିକାକୁ ବ୍ୟବହାର କରିବେ ।

ସେପଟେ ଦୁନିଆର ପ୍ରାୟ 92ରୁ ଅଧିକ ଦେଶ କୋଭିଡ-19 ଟିକା ପାଇଁ ଭାରତ ସହ ସମ୍ପର୍କରେ ରହିଛନ୍ତି । ଭାରତରେ ନିର୍ମିତ ଦୁଇଟି ଟିକା ଶସ୍ତା ଏବଂ ଏହାର ଷ୍ଟୋରେଜ୍, ଯୋଗାଣ ମଧ୍ୟ ଅତି ସହଜ ଏଣୁ କୋଭିସିଲଡ ଏବଂ କୋଭାକ୍ସିନକୁ ନେଇ ଏହି ସବୁ ରାଷ୍ଟ୍ର ଆଗ୍ରହ ଦେଖାଇଛନ୍ତି । ତେବେ ଏଥିରେ ପଡ଼ୋଶୀ ଚୀନ୍ ଭୟଭିତ ହୋଇପଡ଼ିଛି । କଟକ ଚିନ୍ତା ବାଇମୁଣ୍ଡିକୁ ଭଳି ବିଶ୍ୱକୁ ଟିକା ଯୋଗାଇବାକୁ ସାମର୍ଥ୍ୟ ରଖୁଥିବା ଭାରତର ଭ୍ୟାକସିନ୍ ଉତ୍ପାଦନକୁ ନେଇ ସନ୍ଦେହ ପ୍ରକାଶ କରିଛି ଚୀନ୍ । ଚୀନ୍ ର ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଯେ, ଭାରତ ବିଶ୍ୱକୁ ଆବଶ୍ୟକତା କରୁଥିବା ଟିକା ଏବଂ ନିଜ ଦେଶବାସୀଙ୍କ ପାଇଁ ଯେତିକି ଆବଶ୍ୟକ ତାହା ସଠିକ୍ ସମୟରେ ଉତ୍ପାଦନ କରିପାରିବ ନାହିଁ । ଚୀନର ଭ୍ୟାକସିନ୍ ଇଣ୍ଡଷ୍ଟ୍ରୀଜ୍ ଆସୋସିଏସର ପ୍ରେସିଡେଣ୍ଟ ଫେଙ୍ଗ୍ ଡୁୟୋଜିଆ (Feng Duojia, president of the China Vaccine Industry Association) ଙ୍କ ଅନୁସାରେ ଅଗଷ୍ଟ ସୁଦ୍ଧା ଭାରତକୁ ଡୋମେଷ୍ଟିକ ଭ୍ୟାକସିନେସନ ପାଇଁ 6ଶହ ମିଲିୟନ କରୋନା ଟିକା ( ଭ୍ୟାକସିନ୍ ଡୋଜ) 3 ଶହ ମିଲିୟନ ଆବଶ୍ୟ ପଡ଼ିବ ।  ଯାହା ସମ୍ଭବ ନୁହେଁ ବୋଲି ଫେଙ୍ଗ ଚୀନ୍ ର ସରକାରୀ ସମ୍ବାଦପତ୍ର ଦି ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି । ଚୀନ ପକ୍ଷରୁ ଆସୁଥିବା ଏଭଳି ମତ କିନ୍ତୁ ଭାରତର ଭ୍ୟାକସିନ୍ କୂଟନୀତି ଉପରେ କୌଣସି ପ୍ରଭାବ ଯେ ପକାଇବ ନାହିଁ ତାହା ସ୍ପଷ୍ଟ ଅନୁମେୟ । ଏବେ ଆସନ୍ତୁ ନଜର ପକାଇବା ଭାରତ କେଉଁ ଦେଶକୁ ଉପହାର ସ୍ୱରୂପ କେତେ ଟିକା ପଠାଇଛି ।

  • ଭୁଟାନ-1, 500, 00 ମିଲିୟନ(ଦେଢ଼ କୋଟି କରୋନା ଟିକା  ବା ଡୋଜ)
  • ମାଲଡିଭ୍ସ-100, 000 ମିଲିୟନ (କୋଟିଏ କରୋନା ଟିକା ବା ଡୋଜ)
  • ନେପାଳ-1,000,000 ମିଲିୟନ(କୋଟିଏ କରୋନା ଟିକା ବା ଡୋଜ)
  • ବାଂଲାଦେଶ-2,000,000 ମିଲିୟନ(2 କୋଟି କରୋନା ଟିକା ବା ଡୋଜ)
  • ମିଆଁମାର-1,500,000 (ଦେଢ଼ କୋଟି କରୋନା ଟିକା ବା ଡୋଜ)
  • ସିଆସେଲ୍ସ-50, 000 (50 ହଜାର କରୋନା ଟିକା ବା ଡୋଜ)
  • ମରିସସ-150, 000 (1 ଲକ୍ଷ 50 ହଜାର କରୋନା ଟିକା ବା ଡୋଜ)
%d bloggers like this: