ନିରବି ଗଲେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଆକାଶର ସୂର୍ଯ୍ୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପରଲୋକରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଯଶରାଜ। ଆମେରିକାର ନ୍ୟୁଜର୍ସିରେ ୯୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ଭାରତୀୟ ସଙ୍ଗୀତ ଜଗତରେ ଦୀର୍ଘ ୮୦ ବର୍ଷରୁ ଅଧିକ ସମୟ ଧରି ସେ ଜଡ଼ିତ ଥିଲେ। ମେୱାତି ଘରାନାର ଏହି ସଙ୍ଗୀତର ବେତାଜ ବାଦଶାହଙ୍କୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପିତା ପଣ୍ଡିତ ମୋତିରାମଙ୍କ ଦେହାନ୍ତ ହୋଇଥିଲା। ସେବେଠାରୁ ତାଙ୍କର ଲାଳନ ପାଳନ ବଡ଼ଭାଇ ପଣ୍ଡିତ ମଣିରାମ କରୁଥିଲେ। ଶାସ୍ତ୍ରୀୟ ଓ ଅର୍ଦ୍ଧ ଶାସ୍ତ୍ରୀୟ ସଙ୍ଗୀତର ସେ ଥିଲେ ଜଣେ ପଖୋଦ୍ କଳାକାର। ସେ ଭାରତ, କାନାଡ଼ା ଓ ଆମେରିକାରେ ସଙ୍ଗୀତ ଶିକ୍ଷା ଦେଇଥିଲେ। ୧୯୩୦ ମସିହା ଜାନୁଆରୀ ୨୮ ତାରିଖରେ ଜନ୍ମିତ ଯଶରାଜଙ୍କ ଚାରି ପିଢ଼ି ସଙ୍ଗୀତ ସହ ସଂଶ୍ଲିଷ୍ଟ ଥିଲେ। ୧୪ ବର୍ଷରୁ ସଙ୍ଗୀତ ଶିକ୍ଷା କରିଥିବା ଯଶରାଜ ୨୨ ବର୍ଷ ବୟସରେ ପ୍ରଥମେ ଷ୍ଟେଜ୍ ସୋ’ କରିଥିଲେ। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *