ଭାରତୀୟ ପୁରୁଷ ହକି ଦଳର ଅଧିନାୟକଙ୍କୁ କୋରୋନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହଙ୍କୁ କୋରୋନା। ତାଙ୍କ ସମେତ ଆଉ ପାଞ୍ଚ ଜଣ ଖେଳାଳିଙ୍କୁ ମଧ୍ୟ କୋରୋନା ହୋଇଛି। ଏନେଇ ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଚାରିଜଣ ଖେଳାଳି ହେଲେ ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରନ ସହ, କ୍ରିଷ୍ଣ ପାଠକ ଏବଂ ଡ୍ରାଗ୍ ଫ୍ଲିକର୍ ବରୁଣ କୁମାର।
‘ ମୁଁ ସାଇ କ୍ୟାମ୍ପସ୍ ଭିତରେ ସଂଗରୋଧରେ ଅଛି। ସାଇ କର୍ତ୍ତୃପକ୍ଷ ଅତ୍ୟନ୍ତ ସୁନ୍ଦର ଭାବେ ସବୁ ପରିଚାଳନା କରିଛନ୍ତି। ସେହିପରି ସମସ୍ତ ଖେଳାଳିଙ୍କ ପରୀକ୍ଷା କରାଯାଇଛି। ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଖୁବଶୀଘ୍ର ସୁସ୍ଥ ହୋଇଯିବି’ ବୋଲି ମନପ୍ରୀତ କହିଛନ୍ତି ।

Leave a Reply

Your email address will not be published.