ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି  ଦଳର ପରାଜୟ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ପରାଜୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସୋମବାର ଭାରତ ପାଇଁ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା। ମହିଳା ହକିରେ ଭାରତର କ୍ରମାଗତ ଦ୍ୱିତୀୟ ଥର ହାରିଛି। ଜର୍ମାନୀ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତକୁ ୨-୦ ଗୋଲରେ ପରାସ୍ତ କରିଛି । ଗୁରଜିତ କୌରଙ୍କ ପେନାଲ୍ଟି ମିସ୍ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨-୦ରେ ଅଗ୍ରଣୀ ରହିବା ପରେ ଜର୍ମାନୀ ମ୍ୟାଚକୁ ନିଜ ଅକ୍ତିଆରକୁ ନେଇଥିଲା। ନିକ ଲରେଞ୍ଜ ଓ ଆନା ସ୍କ୍ରୋଡର ବିଜୟୀ ଦଳ ପକ୍ଷରୁ ଗୋଲ ସ୍କୋର କରିଥିଲେ। ପୂର୍ବରୁ ପ୍ରଥମ ମୁକାବିଲାରେ ଭାରତ ୧-୫ ଗୋଲରେ ନେଦରଲାଣ୍ଡ ନିକଟରୁ ହାରିଥିଲା। ପରବର୍ତ୍ତୀ ମୁକାବିଲାରେ ଚାମ୍ପିୟନ ଗ୍ରେଟ୍ ବ୍ରିଟେନକୁ ଭାରତ ଭେଟିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: