ଭାରତରେ ଲକଡାଉନରେ ବଢ଼ିଛି ଆତ୍ମହତ୍ୟା ସଂଖ୍ୟା

ଭାରତରେ ଲକଡାଉନରେ ବଢ଼ିଛି ଆତ୍ମହତ୍ୟା ସଂଖ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: NCRB ରିପୋର୍ଟ ଅନୁଯାୟୀ ୨୦୧୯ମସିହାରେ ପ୍ରତି ୪ ମିନିଟରେ କେହି ନା କେହି ଆତ୍ମହତ୍ୟାର ଶିକାର ହେଉଥିଲେ । ଏମାନଙ୍କ ମଧ୍ୟରୁ ୩୫ ପ୍ରତିଶତ ଲୋକ ସ୍ବାବଲମ୍ବୀ ଥିଲେ । ପାରିପାରିକ ସମସ୍ୟା ଯୋଗୁ ନିଜ ଜୀବନ ହରାଉଥିଲା ବେଳେ ୧୭ ପ୍ରତିଶତ ଲୋକ ନିଜ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଆତ୍ମହତ୍ୟା କରୁଥିଲେ। ଜୀବନସାରା ରୋଗରେ ସଢ଼ିବା ଅପେକ୍ଷା ଆତ୍ମହତ୍ୟାକୁ ଠିକ୍‌ ଦର୍ଶାଇ ନିଜ ଜୀବନ ହାରିଦେବାକୁ ପଛାଉନାହାନ୍ତି । ଚେନ୍ନାଇ, ବେଙ୍ଗାଳୁରୁ, ଦିଲ୍ଲୀ ପରି ବଡ଼ ବଡ଼ ସହରରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି । ତେବେ
ସ୍କୁଲ ବା କଲେଜ ଛାତ୍ରଛାତ୍ରୀ ଅଧିକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦୧୮ରେ ୧୦, ୧୫୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ଏହାର ୩.୪ ପ୍ରତିଶତ ଅଧିକ ଜଣ ଆତ୍ମହତ୍ୟା କରିଛନ୍ତି । ଅସିକ୍ଷିତ ଲୋକଙ୍କ ଆତ୍ମହତ୍ୟା ହାର କମିଛି । ହେଲେ ୨୦୦୯ ପରେ ପ୍ରଥମ ଥର ପାଇଁ ୨୦୧୯ରେ ମାଟ୍ରିକ ଓ ହାୟର ସେକେଣ୍ଡାରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ଅଧିକ ରହିଛି । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ, ୨୦୧୯ରେ ପ୍ରତିଦିନ ୩୮୧ କିଶୋର କିଶୋରୀ ଆତ୍ମହତ୍ୟା କରିଛନ୍ତି ।

ଏକ ରିପୋର୍ଟରୁ ଜଣାପଡ଼ିଛି, କୋରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକଲାଉନ ଯୋଗୁ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚାକିରି ହରାଇବା, ନିଜ ଆତ୍ମୀୟ ବା ସମ୍ପର୍କୀୟଙ୍କଠାରୁ ଦୂରରେ ରହିବା ତଥା ଏକୁଟିଆପଣ ଆତ୍ମହତ୍ୟାର ପ୍ରମୁଖ କାରଣ ସାଜିଛି।
ଏହି ଲକଲାଉନ ଯୋଗୁ ଗରିବ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ପ୍ରତିଷ୍ଠିତ ବ୍ୟକ୍ତି ବା ସେଲିବ୍ରେଟି ଆତ୍ମହତ୍ୟା କରୁଥିବା ପ୍ରତିଦିନ ଖବର ଦେଖିବାକୁ ମିଳିଛି । ତେବେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ରୂପେ ପାଳନ କରାଯାଏ । ଲୋକଙ୍କ ସହ ଆଲୋଚନା କରି ଆତ୍ମହତ୍ୟାରୁ କିପରି ଦୂରେଇ ରହିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଆମେ ଏବେ ଏପରି ପରିସ୍ଥିତିରେ ରହୁଛେ, ଯେ ଆମ ପଡ଼ିଶା ଘରେ କିଏ ରହୁଛନ୍ତି ଆମେ ଜାଣିପାରୁନେ । ସେହିଭଳି ସ୍ଥିତିରେ ଜଣେ ମାନସିକ ରୋରୀକୁ ଆମେ କିପରି ବା ଚିହ୍ନିପାରିବା । ପ୍ରତିଟି ମଣିଷ ନିଜ ନିଜ ଭିତରେ ଲଢେଇ କରିଥାଆନ୍ତି । ହେଲେ ସାମ୍ନା ବ୍ୟକ୍ତିଟି କିପରି ସ୍ଥିତିରେ ଅଛି, ସେ ସମ୍ବନ୍ଧରେ ଆମର କୌଣସି ବି ଧାରଣା ନଥାଏ । କେତେବେଳେ ସେ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା ପାଇଁ ମନସ୍ଥ କରିସାରିଥିବ, ସେ ମଲା ପରେ ହିଁ ଜାଣିପାରୁଛେ । ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟାକୁ ଏହାର ଜ୍ବଳନ୍ତ ଉଦାହରଣ । ବିଶେଷ କରି ଚଳିତ ବର୍ଷ ଏହି ଲକଡାଉନ ସମୟରେ ଲୋକମାନେ ନିଯୁକ୍ତି ହରାଇବା ସହ ନିଜ ନିଜ ଆତ୍ମୟୀଙ୍କୁ ହରାଇବା, ଆତ୍ମହତ୍ୟା ରେଟ୍‌କୁ ବଢାଇଦେଇଛି ।

%d bloggers like this: