କରୋନା ଏକ ଲମ୍ବା ଲଢ଼େଇ: ରାଜ୍ୟରେ ପୁଣି କରୋନାର ନୂଆ ରେକର୍ଡ

କରୋନା ଏକ ଲମ୍ବା ଲଢ଼େଇ: ରାଜ୍ୟରେ ପୁଣି କରୋନାର ନୂଆ ରେକର୍ଡ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଏହାକୁ ରୋକିବାକୁ ଚେଷ୍ଟା କରାଯାଉଥିଲା ମଧ୍ୟ ସୁଫଳ ମିଳୁନାହିଁ । ପ୍ରତିଦିନ ସଂକ୍ରମଣର ହାର ଉପରମୁହାଁ ହେଉଥିବା ବେଳେ ଗତ ତିନି ଦିନ ଧରି ମୃତ୍ୟୁ ହାର ମଧ୍ୟ ଦୁଇ ଅଙ୍କ ପାର୍ କରୁଛି । ଏଭଳି ସ୍ଥିତିରେ ଆଜିର କରୋନା ଅପଡେଟ୍ ତଥ୍ୟ ଚିନ୍ତାକୁ ପୁଣି ଦ୍ୱିଗୁଣିତ କରୁଛି । ଆଜି ମଧ୍ୟ ଚାରିଅଙ୍କ ପାର୍ କରିଛି କରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟର 30 ଜିଲ୍ଲାରୁ ଆଜି 4 ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ୬୦୬ରୁ ସର୍ବାଧିକ। ଅନୁଗୁଳରୁ ୧୩୮, ବାଲେଶ୍ୱର ୨୦୯, ବରଗଡ଼ ୯୭, ଭଦ୍ରକ ୧୧୨, ବଲାଙ୍ଗୀର ୧୨୪, ବୌଦ୍ଧ ୩୯, କଟକ ୩୫୪, ଦେଓଗଡ଼୧୦, ଢେଙ୍କାନାଳ ୮୭, ଗଜପତି ୨୫, ଗଞ୍ଜାମ ୮୯, ଜଗତସିଂହପୁର ୧୨୨, ଯାଜପୁର ୧୧୯, ଝାରସୁଗୁଡ଼ା ୭୯, କଳାହାଣ୍ଡି ୫୮, କନ୍ଧମାଳ ୪୭, କେନ୍ଦ୍ରାପଡ଼ା ୧୩୦, କେନ୍ଦୁଝର ୬୦, କୋରାପୁଟ ୯୩, ମାଲକାନଗିରି ୪୭, ମୟୁରଭଞ୍ଜ ୧୬୦, ନବରଙ୍ଗପୁର ୧୫୧, ନୟାଗଡ଼ ୭୭, ନୂଆପଡ଼ା ୧୦୩, ପୁରୀ ୨୭୯, ରାୟଗଡ଼ା ୧୦୫, ସମ୍ବଲପୁର ୯୧, ସୋନପୁର ୯୧, ସୁନ୍ଦରଗଡ଼ ୮୮ ଜଣ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭କୁ ବୃଦ୍ଧି ପାଇଛି। ୧,୦୮,୦୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବର ବେଳେ ୩୪,୪୫୮ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

%d bloggers like this: