ଏହି ସହରରେ ପିଞ୍ଜରା ଭିତରେ ପଶୁ ପରି ରହୁଛନ୍ତି ଲୋକେ, ତଥାପି ପ୍ରତିବର୍ଷ ଆସନ୍ତି ଲକ୍ଷ ଲକ୍ଷ ଲୋକ

ଏହି ସହରରେ ପିଞ୍ଜରା ଭିତରେ ପଶୁ ପରି ରହୁଛନ୍ତି ଲୋକେ, ତଥାପି ପ୍ରତିବର୍ଷ ଆସନ୍ତି ଲକ୍ଷ ଲକ୍ଷ ଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ:ବିଶ୍ଵର ଅଧିକାଂଶ ଯୁବକ ବଡ ସହରରେ ଚାକିରି କରିବାର ସ୍ୱପ୍ନ ଦେଖିଥାନ୍ତି। ଆଜି ଆମେ ଆପଣଙ୍କୁ ଏହିପରି ଏକ ସହର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆମ ଦେଶର ଅଧିକାଂଶ ଯୁବକ ଚାକିରି ପାଇବାକୁ ସ୍ୱପ୍ନ ଦେଖନ୍ତି, କିନ୍ତୁ ଏହି ସହରର ସତ୍ୟତା ହେଉଛି ଯେ ଲୋକମାନେ ଏଠାରେ ରହିବାକୁ ଘର ପାଆନ୍ତି ନାହିଁ ଯେଉଁଥି ପାଇଁ ସେମାନେ ପଶୁ ପରି ପିଞ୍ଜରାରେ ରହିଥାନ୍ତି। ଆମେ ଚୀନର ହଂକଂ ସହର ବିଷୟରେ କହୁଛୁ । ହଂକଂ ଦୁନିଆର ସର୍ବୋତ୍ତମ ସହର ପରି ଦେଖାଯାଇଥାଏ। ପ୍ରତିବର୍ଷ ଏଠାକୁ ଏସୀୟ ଦେଶରୁ ଲକ୍ଷ ଲକ୍ଷ ଯୁବକ ଚାକିରି କରିବାକୁ ଆସନ୍ତି । କାରଣ ହଂକଂ ଉତ୍ତମ ଭଲ ଜୀବନଶୈଳୀ ସୋନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ଏହି କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ବୁଲିବା ପାଇଁ ଆସିଥାନ୍ତି। କିନ୍ତୁ ଏହି ସ୍ଥାନର ଅନ୍ୟ ଏକ ଦିଗ ମଧ୍ୟ ଅଛି, ଯାହା ବିଷୟରେ ବୋଧହୁଏ କେବଳ ଅଳ୍ପ କେତେକ ଲୋକ ଜାଣନ୍ତି।

ଯଦିଓ ଅନେକ ଲୋକ ହଂକଂରେ ମହଙ୍ଗା ଘରେ ରୁହନ୍ତି, ତଥାପି ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଏହି ମହଙ୍ଗା ଘର କିଣିବାର ସ୍ୱପ୍ନ ପୂରଣ କରିବାରେ ଅସମର୍ଥ ଅଟନ୍ତି। ଏହି କାରଣରୁ, ସେହି ଲୋକମାନେ ପଶୁ ପରି ପିଞ୍ଜରାରେ ରହିବାକୁ ବାଧ୍ୟ ହୁଅନ୍ତି । ତଥାପି ଲୁହାରେ ନିର୍ମିତ ଏହି ପିଞ୍ଜରାଗୁଡ଼ିକ ଗରୀବ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହୁଏନୁହେଁ। ଏଥିପାଇଁ ସେମାନଙ୍କୁ ବଡ ମୂଲ୍ୟ ଦେବାକୁ ପଡିଥାଏ। କୁହାଯାଏ ଯେ ଗୋଟିଏ ପିଞ୍ଜରାର ମୂଲ୍ୟ ପ୍ରାୟ ୧୧ ହଜାର ଟଙ୍କା। ଏହି ପିଞ୍ଜରାଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଘରେ ରଖାଯାଇଥାଏ। ଏଭଳି ପରିସ୍ଥିତିରେ, ଘରର ଅଭାବ ହେତୁ ଲୋକଙ୍କୁ ବାଧ୍ୟ ହୋଇ ପିଞ୍ଜରା ଭିତରେ ରହିବାକୁ ପଡିଥାଏ।କୁହାଯାଏ ଯେ ପ୍ରାୟ ୧୦୦ ଲୋକ ଗୋଟିଏ ଆପାର୍ଟମେଣ୍ଟରେ ପିଞ୍ଜରାରେ ରୁହନ୍ତି । ଏକ ଆପାର୍ଟମେଣ୍ଟରେ କେବଳ ଦୁଇଟି ଶୌଚାଳୟ ରହିଥାଏ। ଯେଉଁ କାରଣରୁ ସେମାନଙ୍କର ସମସ୍ୟା ବଢ଼ିଥାଏ । ‘ସୋସାଇଟି ଫର କମ୍ୟୁନିଟି ଅର୍ଗାନାଇଜେସନ୍’ ଅନୁଯାୟୀ ହଂକଂରେ ବର୍ତ୍ତମାନ ପିଞ୍ଜରା ଘରେ ଏକ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି।ଏହି ପିଞ୍ଜରାରେ ଶୋଇବା ପାଇଁ, ଲୋକମାନେ ଗଦା ବଦଳରେ ବାଉଁଶ ଖଟ ବ୍ୟବହାର କରନ୍ତି। ଏହି ପିଞ୍ଜରା ଗୁଡିକର ଆକାର ମଧ୍ୟ ନିର୍ଣ୍ଣୟ କରାଯାଇଥାଏ। ଏହି ପିଞ୍ଜରା ଗୁଡ଼ିକ ଗୋଟିଏ ଛୋଟ କ୍ୟାବିନ୍ ସହିତ ସମାନ ଆଉ କେତେକ କଫିନ୍ ଆକାରର ରହିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: