ଏଲଏସିରୁ ପଛକୁ ହଟିବେ ସେନା

ଏଲଏସିରୁ ପଛକୁ ହଟିବେ ସେନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏଲଏସିରୁ ପଛକୁ ହଟିବେ ସେନା। ଗତକାଲି ଚୁସୁଲରେ ଭାରତ-ଚୀନ କମାଣ୍ଡର ସ୍ତରୀୟ ଆଲୋଚନାରେ ଏନେଇ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି। ଦୁଇ ଦେଶର ମିଳିତ ପ୍ରେସ୍ କନଫରେନ୍ସରେ ଏନେଇ ଘୋଷଣା କରାଯାଇଛି। ଏହାସହ ପରବର୍ତ୍ତୀ ସମୟରେ ପୁଣି ଆଲୋଚନା ପାଇଁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଛନ୍ତି।

ସେପଟେ ସୀମାରେ ବିକାଶମୂଳକ କାର୍ଯ୍ୟକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ ଚୀନ ବୈଦେଶିକ ମୁଖପାତ୍ର। ଲଦାଖ ସୀମାରେ ବ୍ରିଜ ନିର୍ମାଣ ସହ ଯବାନଙ୍କ ପାଇଁ ବଙ୍କର ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟକୁ ସେ ବିରୋଧ କରିଥିଲେ। ଉଭୟ ପକ୍ଷରୁ ସୀମାରେ ସେନା ମୁତୟନ ଯୋଗୁ ଉତ୍ତେଜନା ବୃଦ୍ଧି ପାଉଛି ବୋଲି ସେ ମତ ରଖିଥିଲେ। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ଲଦାଖ, ହିମାଚଳ ପ୍ରଦେଶ, ପଞ୍ଜାବ ଓ ଜମ୍ମୁ କାଶ୍ମୀରରେ ୪୪ଟି ବ୍ରିଜ ଓ ବଙ୍କରର ଶିଳାନ୍ୟାସ କରିଥିଲେ। ଏହା ମଧ୍ୟରେ ଅରୁଣାଚଳ ପ୍ରଦେଶରେ ୪୫୦ ମିଟର ଲମ୍ବ ନେଚୁଫୁ ବଙ୍କରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ରାଜନାଥ।

%d bloggers like this: