ଭାଙ୍ଗିଲା ୧୨୭ ବର୍ଷର ପରମ୍ପରା, ଦଗଡୁସେଠ୍ ଗଣପତିଙ୍କ ସର୍ବସାଧାରଣ ଉତ୍ସବ ବାତିଲ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁଣେର ଦଗଡୁସେଠ୍ ଗଣପତିଙ୍କ ସର୍ବସାଧାରଣ ଉତ୍ସବ ବାତିଲ୍। ପୁଣେ ଜିଲ୍ଲାର କୋଭିଡ୍-19 ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୨୭ ବର୍ଷ ପୁରୁଣା ପରମ୍ପରାକୁ ବନ୍ଦ କରିଛନ୍ତି ମହାରାଷ୍ଟ୍ର ସରକାର। ବିରଳ ଦଗଡୁଶେଠ୍ ହଲୱାଇ ଗଣପତି ମନ୍ଦିରରେ ଚଳିତବର୍ଷ ଗଣେଶ ଚତୁର୍ଥୀ ଅବସରରେ ସାଧାରଣ ସମାରୋହ ଆୟୋଜନ କରିବେ ନାହିଁ ବୋଲି ଗଣପତି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏହି ଉତ୍ସବ ମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

OLYMPUS DIGITAL CAMERA

କୋରୋନା ମହାମାରୀ ଚଳିତବର୍ଷ ସମସ୍ତ ଉତ୍ସବ ଉପରେ ରୋକ୍ ଲଗାଇଛି। ଭକ୍ତମାନଙ୍କ ପାଇଁ ପ୍ରତିଦିନ ଆରତି ଦେଖିବା ପାଇଁ ଅନଲାଇନ୍ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବୃହତ୍ ସମାବେଶକୁ ନିରୁତ୍ସାହିତ କରିବା ଅତ୍ୟନ୍ତ ଜରୁରୀ ବୋଲି ସ୍ପଷ୍ଟ କରିଛି ଟ୍ରଷ୍ଟ। ଶେଷ ଥର ପାଇଁ ୨୦୦୯ରେ ସ୍ବାଇନ୍ ଫ୍ଲୁ ସମୟରେ ଗଣେଶ ଉତ୍ସବରେ କଟକଣା ଜାରି କରାଯାଇଥିଲା। ସ୍ୱାଇନ୍ ଫ୍ଲୁ ସମୟରେ ରାଜ୍ୟରେ ଥିବା ଇଣ୍ଡେକ୍ସ ରୋଗୀମାନେ ପୁଣେରୁ ଆସିଥିବାର ଦୃଷ୍ଟିରେ ରଖି ସହରରେ ଏହି ଉତ୍ସବରେ ୫୦% ରୁ କମ୍ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *