ମନେ ପଡ଼ନ୍ତି ଖୋକା ଭାଇ: ସ୍ମୃତିରେ ‘ସ୍ମୃତି ତୁମେ ଅକ୍ଷୟ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତି ଓରଫ ଖୋକାଭାଇଙ୍କ ଜନ୍ମଜୟନ୍ତୀରେ କୋଟିଏ ଦଣ୍ଡବତ ଜଣାଇଛନ୍ତି ତାଙ୍କ ପ୍ରଶଂସକ । ଝୁରି ହୋଇଛନ୍ତି ଅକ୍ଷୟଙ୍କ ଗୀତକୁ ଗୁଣୁଗୁଣେଇଛନ୍ତି ।

ଆଜି ବି ତାଙ୍କର ମଧୁବୋଳା ସ୍ୱର ଓ ଶଦ୍ଦର ମାଦକତା ଶ୍ରୋତାପ୍ରାଣରେ ଚିରକାଳ ତାଙ୍କୁ ସଜୀବ କରି ରଖିଛି, ଓ ରଖିଥିବ।

ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ, ଅଦ୍ଭୁତ ସୃଜନଶୀଳତାର ଅଧିକାରୀ  ଅକ୍ଷୟ ।  ସେ ୧୨ ଅକ୍ଟୋବର ୧୯୩୬ ମସିହାରେ କଟକ, ଓଡ଼ିଶାଠାରେ ଜନ୍ମଗ୍ରହଣ କରିଥିଲେ। ଗତ ୧୭ ନଭେମ୍ବର ୨୦୦୨ ମସିହାରେ (୬୬ ବର୍ଷ) ବୟସରେ ମୃତ୍ୟୁ ବରଣ କରିଥିଲେ।

ସେ ଏକାଧାରାରେ ଥିଲେ ସଂଗୀତକାର, ଗୀତିକାର, କଥାକାର, ଗାଳ୍ପିକ, ଔପନ୍ୟାସିକ, ଅଭିନେତା, ଚିରସବୁଜ ଗାୟକ ଏବଂ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା । ସେ ମରଣୋତ୍ତର ଉତ୍କଳ ଗୌରବ ଏବଂ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କ ଅବଦାନ ଚିରସ୍ମରଣୀୟ ।

ସମସ୍ତଙ୍କ ପାଇଁ ସେ ପ୍ରଥମେ ସଙ୍ଗୀତକାର, ଗାୟକ l ପରେ ସାହିତ୍ୟିକ l ଅନେକଙ୍କ ପାଇଁ କିନ୍ତୁ ସେ ପ୍ରଥମେ ସାହିତ୍ୟିକ ତାପରେ ସଙ୍ଗୀତକାର ଗାୟକ ଇତ୍ୟାଦି ।  ତାଙ୍କର ସାହିତ୍ୟ ସୃଷ୍ଟି ସବୁର ନାମ ଭାରି ଅଜବ l ଏଇ ଯେମିତି “ଗୋଟିଏ କୁହୁ ଅନେକ ଉହୁ”,  “ବ୍ରହ୍ମ ଜ୍ଞାନ vs ଖଣ୍ଡିଏ ପାନ”, ବାମପନ୍ଥୀ, ମଲା ପ୍ରଜାପତି, ନଗ୍ନ ମୋନାଲିସା, ତାଙ୍କର ଅର୍ଦ୍ଧ ଆତ୍ମକଥା “ଆର୍ଯ୍ୟଦାସର ଶେଷ ଲିପି”।

%d bloggers like this: