ଶରୀର ସୁସ୍ଥ ରହିଲେ ମସ୍ତିଷ୍କ ସୁସ୍ଥ ରହିବ: ଉଚ୍ଚଶିକ୍ଷାମନ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା କଟକଣା ମଧ୍ୟରେ ବାଧାପ୍ରାପ୍ତ ହୋଇଛି ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ଶିକ୍ଷାଦାନ । ଅନଲାଇନ୍ ଯୋଗେ କ୍ଲାସ ଚାଲିଛି, ଶିକ୍ଷାରୁ ଯେମିତି କେହି ବଞ୍ଚିତ ହେବେ ନାହିଁ ସେଥିପାଇଁ ଡିଜିଟାଲ ମଞ୍ଚକୁ ଗୁରୁତ୍ୱ ଦିଆଯାଇଛି । ଯାହାକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି ।

ସମସ୍ୟା ଅନେକ କିନ୍ତୁ ସେ ସବୁ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ନିଜେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସାମାଜିକ ଗଣମାଧ୍ୟମରେ ଯୋଡ଼ି ହୋଇଛନ୍ତି ବିଦ୍ୟାର୍ଥୀଙ୍କ ମନବୋଳ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି ।

ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପାଠଶାଳା ଆରମ୍ଭ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏହି ମଞ୍ଚରେ ମନ୍ତ୍ରୀ ଅରୁଣ ସାହୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ହିତୋପଦେଶ ଦେଇଥାନ୍ତି ।

କିଛି ଝଲକ…

%d bloggers like this: