ଏହି ଦେଶରେ ଚପଲ ପିନ୍ଧି ଗାଡ଼ି ଚଲେଇଲେ ଯିବାକୁ ହୁଏ ଜେଲ

ଏହି ଦେଶରେ ଚପଲ ପିନ୍ଧି ଗାଡ଼ି ଚଲେଇଲେ ଯିବାକୁ ହୁଏ ଜେଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁନିଆର ବିଭିନ୍ନ ଦେଶରେ ଡ୍ରାଇଭିଂ ପାଇଁ ଭିନ୍ନ ଭିନ୍ନ ପ୍ରକାରର ନିୟମ ରହିଛି। କେଉଁଠି ନିୟମ ଟିକେ କାଠର ତ ପୁଣି କେଉଁଠି ଟିକେ ନରମ ରହିଥାଏ। ଲୋକଙ୍କ ଜୀବନ ବଞ୍ଚାଇବାରେ ଏହି ନିୟମଗୁଡିକ ସହାୟକ ହୋଇଥାଏ। କିନ୍ତୁ ଅନେକ ଚାଳକମାନେ ନିୟମକୁ ଫୁ କରି ଗାଡି ଚଳାଇବା ସହ ବଡ ବିପଦରେ ପଡନ୍ତି। ଯଦି ଆମ ଦେଶ ଭାରତ କଥା କହିବା, ତେବେ ଏଠାରେ ଡ୍ରାଇଭିଂ ନିୟମ ଭାଙ୍ଗିବାରେ ଲୋକମାନେ ମାହିର। କିନ୍ତୁ ବ୍ରିଟେନରେ ଟିକିଏ ବି ନିୟମ ଭାଙ୍ଗିଲେ ବହୁ ମୂଲ୍ୟ ଦେବାକୁ ପଡିଥାଏ। ଯଦି ବ୍ରିଟେନର ଲୋକମାନେ ଡ୍ରାଇଭିଂ ନିୟମ ଭାଙ୍ଗନ୍ତି, ତେବେ ସେମାନଙ୍କୁ ଏତେ କଠୋର ଦଣ୍ଡ ଦିଆଯାଏ ଯେ ସେମାନେ ଆଉ ଗାଡି ଚଳାଇ ପାରିବେ ନାହିଁ । ସମ୍ପ୍ରତି ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ଯଦି ଡ୍ରାଇଭର ହାଇୱେ କୋଡର ନିୟମ ୯୭ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି। ଏହା ବ୍ୟତୀତ ଆହୁରି ଅନେକ କଠୋର ନିୟମ ଏଠାରେ କରାଯାଇଛି।

ଯଦି କେହି ହାୱେଇ ଚପଲ ପିନ୍ଧି ଗାଡି ଚଳାଉଛନ୍ତି, ତେବେ ଏହା ସେଠାରେ ଡ୍ରାଇଭିଂ ନିୟମ ଭାଙ୍ଗିବା ପରି ହୋଇଥାଏ। କୌଣସି ଲୋକ ହାୱେଇ, ସାଣ୍ଡାଲ କିମ୍ବା ହିଲ୍ ଚପଲ ପିନ୍ଧି କାର୍ ଚଲାଇ ପାରିବେ ନାହିଁ । ଏମିତି କଲେ ସେହି ବ୍ୟକ୍ତିଙ୍କର ସାରା ଜୀବନ ପାଇଁ ଡ୍ରାଇଭିଂ ବ୍ୟାନ କିମ୍ବା ମୋଟା ଅଙ୍କର ଜୋରିମାନା ଦେବାକୁ ପଡିପାରେ।ବ୍ରିଟେନର ଡ୍ରାଇଭିଂ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଗାଡି ଚଳାଇବା ସମୟରେ ଚପଲ କିମ୍ବା ହିଲ୍ ପିନ୍ଧାଯାଏ, ତେବେ ଏହା ଗୋଡର ଗତିକୁ ସୀମିତ କରିଥାଏ। ଏହା ଦୁର୍ଘଟଣାର ଆଶଙ୍କାକୁ ବହୁଗୁଣିତ କରିଥାଏ। ଏହା ବ୍ୟତୀତ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ୱେଲ୍ସରେ ଗାଡି ଚଳାଇବା ସମୟରେ ପୋଷାକ ଏବଂ ଜୋତାର ଯତ୍ନ ନେବାକୁ ପଡିଥାଏ।

ଚପଲ ଏବଂ ସାଣ୍ଡାଲ ବ୍ୟତୀତ ମୋଟା ଜୋତା ପିନ୍ଧିବାକୁ ମଧ୍ୟ ବାରଣ କରାଯାଇଛି। ଯଦି କେହି ନିୟମ ୯୭ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତା’ହେଲେ ତାଙ୍କ ଉପରେ ଅତି କମରେ ୯୫୦୦ ଜୋରିମାନା ଲାଗୁ କରାଯାଇଥାଏ। ଏହି ପରିମାଣ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। ଏହା ବ୍ୟତୀତ, ଭୁଲର ଲେବଲ୍ ଅନୁଯାୟୀ ଜରିମାନା କିମ୍ବା ଡ୍ରାଇଭିଂ ବ୍ୟାନର ଅବଧି ବିଚାରପତି ନିଷ୍ପତ୍ତି ନିଅନ୍ତି। ସେହିପରି ଜର୍ମାନରେ ଗାଡ଼ି ଚଲେଇବା ସମୟରେ ଯଦି ରାସ୍ତାରେ ତେଲ ସରେ ଏହା ବଡ ଅପରାଧ ଭାବେ ଧରା ଯାଏ। ଏବଂ ଏଥି ପାଇଁ କଠୋର ଦଣ୍ଡ ମିଳେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: