ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଦେଢ଼ଶୁରଙ୍କୁ ଆଜୀବନ କାରାଦଣ୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାରଳାଖେମୁଣ୍ଡି: ବଧୂ ହତ୍ୟା ମାମଲାରେ ସ୍ବାମୀ ଓ ଦେଢ଼ଶୁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଜରିମାନା ଦେଇନପାରିବେ, ତାହାଲେ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ l
ମୃନ୍ୟୁଜ ତା ବଧୂ ମଧୁସ୍ମିତା ଦାଶଙ୍କ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ଗଣେଶ ଦାଶଙ୍କୁ ପାରଳାଖେମୁଣ୍ଡି ଅତିରିକ୍ତ ଦୌରାଜଜ୍ ହେମନ୍ତ କୁମାର ସେଠୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ତେବେ ପ୍ରମାଣ ଅଭାବରୁ ଅନ୍ୟଜଣେ ଦେଡ଼ଶୁର ସୁବାସ ଦାଶ ଏବଂ ୨ ଜଣ ଯାଆ ସନ୍ତୋଷିନୀ ଦାଶ ଓ ସୁଜାତା ଦାଶଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି । ଏନେଇ ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ଘଟଣାକ୍ରମ ଥିଲା କିଛି ଏମିତି, ୨୦୧୭ ମସିହା ସେପ୍ଟମ୍ବର ୨୪ ତାରଖ ସନ୍ଧ୍ୟାରେ ଜଗନ୍ନାଥ ବିହାର ସ୍ଥିତ ଏକ ଘରୁ ମଧୁସ୍ମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଖବର ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହାର ପରଦିନ ମୃତ ମଧୁସ୍ମିତାଙ୍କ ବାପଘର ଲୋକେ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରି ସ୍ବାମୀ ପୂର୍ଣ୍ଣଚନ୍ଦ୍ର, ଦେଢ଼ଶୁର ଗଣେଶ ଏବଂ ସୁବାସଙ୍କୁ ଗିରଫ କରିଥିଲା । ହେଲେ ଦୁଇ ଯାଆ ସନ୍ତୋଷିନୀ ଓ ସୁଜାତା ଫେରାର ହେବାରେ ସକ୍ଷମ ହୋଇଥିଲେ । ପରବର୍ତ୍ତୀ ସମୟ ସୁବାସ ଜାମିନରେ ମୁକୁଳିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଓ ଗଣେଶ ଜେଲ୍ ରେ ଥିଲେ । ଘଟଣାର ସାଢ଼େ ୩ ବର୍ଷ ପରେ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

%d bloggers like this: