ପିପିଲି ପାଇଁ ବିଜେଡିର ରୁଦ୍ର ପ୍ରାର୍ଥୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆଉ ପିପିଲି ଉପନିର୍ବାଚନରେ ବିଜେଡି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଛି। ରୁଦ୍ରପ୍ରତାପ ହେଉଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ। ଗତକାଲି ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି। ତେବେ ଦୀର୍ଘଦିନର ମାନସମନ୍ଥନ ପରେ ବିଜେଡି ଶେଷରେ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ ଭାବେ ବାଛିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୁଦ୍ରଙ୍କ ନାଁ ଘୋଷଣା କରିଛନ୍ତି। କିଛିଦିନ ହେବ ରୁଦ୍ର ଓ ତାଙ୍କ ମା’ ତଥା ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ମା’ ପୁଅଙ୍କ ରେସରେ ରୁଦ୍ର ଦଳର ଭରସା ଜିତିଛନ୍ତି ଓ ଦଳର ସୁପ୍ରିମୋ ତାଙ୍କ ପ୍ରାର୍ଥିତ୍ୱ ଉପରେ ମୋହର ମାରିଛନ୍ତି। ଏହି ଉପନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ। ଏହି ୩ଟି ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ହେବାକୁ ଥିବାବେଳେ ଉଭୟ ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏବେ କେବଳ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣାରେ ପଛରେ ରହିଛି।
ପିପିଲି ଉପନିର୍ବାଚନ ଲାଗି ଆସନ୍ତା ଏପ୍ରିଲ ୧୭ ତାରିଖରେ ଭୋଟ୍ ପଡ଼ିବ। ତେବେ ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କୁ, ବିଜେପିରୁ ପୁଣିଥରେ ପ୍ରାର୍ଥୀ ହୋଇଥିବା ଆଶ୍ରିତ୍ ପଟ୍ଟନାୟକ କଡ଼ା ଟକ୍କର ଦେଇଥିଲେ। ତେଣୁ ଏଥର ଆଶ୍ରିତ ଓ ରୁଦ୍ରଙ୍କ ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ।

%d bloggers like this: