ରାଜ୍ୟରେ କମିବ ଶୀତ

ରାଜ୍ୟରେ କମିବ ଶୀତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାହାଡିଆ ଓ ସମତଳ ଅଞ୍ଚଳରେ ଶୀତ ପ୍ରକୋପ ପୁଣି କମିବ। ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ କନ୍ଧମାଳ ଜିଲାର ଜି.ଉଦୟଗିରିରେ ୫.୫ଡିଗ୍ରୀ ରେକର୍ଡ ହୋଇଛି । ଆଜି ସକାଳେ ଅନୁଗୋଳ ଓ ଭବାନୀପାଟଣାରେ କୁହୁଡି ଦେଖିବାକୁ ମିଳିଥିଲା । ଗୁରୁଚାପ ବଳୟ ପ୍ରକୋପ ହେତୁ ଆଗାମୀ ଦୁଇଦିନ ସକାଳ ସମୟରେ ଉତ୍ତର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲାଗୁଡିକରେଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ଦେଖାଦେବ । ତେବେ ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି କଟକ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ କନ୍ଧମାଳ ଜିଲାର କିଛି ସ୍ଥାନରେ କୁହୁଡି ଦେଖାଯାଇପାରେ। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟର ୭ ସହରରେ ପାରଦ ୧୦ଡିଗ୍ରୀ ତଳେ ରହିଛି । ଭୁବନେଶ୍ବର ଓ କଟକରେ ରାତି ତାପମାତ୍ରା ଖସିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: