ଗୋପାଳପୁର ବେଳାଭୂମିରେ ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ ତିଆରି କଲେ ସୁଦର୍ଶନ

ଗୋପାଳପୁର ବେଳାଭୂମିରେ ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ ତିଆରି କଲେ ସୁଦର୍ଶନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ବଡଦିନ ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୋପାଳପୁର ବେଳାଭୂମିରେ ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ ତିଆରି କରିଛନ୍ତି । ଏହି ସାନ୍ତାକ୍ଲଜ୍ ୨୭ ଫୁଟ ଉଚ୍ଚ ହୋଇଥିବା ବେଳେ ୧.୫ ଟନ ଟମାଟୋରେ ଏହାକୁ ତିଆରି ହୋଇଛି। ଖ୍ରୀଷ୍ଟ ମାସ ପର୍ବ ଅବସରରେ ଏଭଳି ବିରଳ ବାଲୁକା କଳାକୃତି ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୁଦର୍ଶନ । ତେବେ, ଏହି ସାନ୍ତାକ୍ଲଜ୍ ତିଆରି କରିବାରେ ସୁଦର୍ଶନଙ୍କୁ ୧୫ ଜଣ ଛାତ୍ରଛାତ୍ରୀ ଦୁଇ ଦିନ ଧରି ସାହାର୍ଯ୍ୟ କରିଥିଲେ। ୨୨ ବର୍ଷ ପରେ ଗୋପାଳପୁର ବେଳାଭୂମିକୁ ଆସି ବେଳାଭୂମିରେ ଏଭଳି ଚିତ୍ରକଳା କରି ବେଶ ଖୁସି ଲାଗିଥିବା କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ,ପିଡି ଡିଆରଡିଏ, ବ୍ରହ୍ମପୁର ଉପ ଜିଲ୍ଲାପାଳ, ବିଏମସି କମିଶନରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଖ୍ରୀଷ୍ଟିୟ ସମ୍ପ୍ରଦାୟର ପ୍ରମୁଖ ପର୍ବ ବଡ଼ଦିନକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଲକ୍ଷ ଲକ୍ଷ ଖ୍ରୀଷ୍ଟ ଧର୍ମାବଲମ୍ବୀ ଆନନ୍ଦ ଉଲ୍ଲାସର ସହିତ ପାଳୁଛନ୍ତି। ସମସ୍ତ ଗୀର୍ଜାଘର ସାଜସଜ୍ଜା ସହିତ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: