କିଲିଙ୍କୁ ସମ୍ମାନିତ କଲେ ହାଇ କମିଶନ

କିଲିଙ୍କୁ ସମ୍ମାନିତ କଲେ ହାଇ କମିଶନ

ପ୍ରିଜମ ନ୍ୟୁଜ ବ୍ୟୁରୋ : କିଛିଦିନ ଧରି ଇଣ୍ଟରନେଟ ଦୁନିଆରେ ତାଞ୍ଜାନିଆର ବାସିନ୍ଦା କିଲି ପଲଙ୍କ ନାମ ଚର୍ଚ୍ଚାର ବିଷୟ ପାଲଟିଛି। ବଲିଉଡ୍ ଗୀତଗୁଡିକରେ ଲିପ୍ସିଙ୍ଗ ଦେଇ କିଲି ବର୍ତ୍ତମାନ ଭାରତୀୟ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଏଥିପାଇଁ ତାଙ୍କୁ ଭାରତର ହାଇ କମିଶନ ସମ୍ମାନିତ କରିଛନ୍ତି । ଭାରତୀୟ କୂଟନୀତିଜ୍ଞ ବିନୟା ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚ ଆୟୋଗର କାଯର୍ୟାଳୟ ପରିଦର୍ଶନ କରିବାବେଳେ ସୋମବାର କିଲି ପଲଙ୍କ ସହ କିଛି ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ କିଲି ଏବଂ ତାଙ୍କ ଭଉଣୀ ନିମା ପଲ ପ୍ରାୟ ଭିଡିଓ ଏକାଠି ଶେୟାର କରନ୍ତି। ବିନୟା ଟୁଇଟରରେ ଫଟୋ ଶେୟାର କରି ଲେଖିଛନ୍ତି, ଆଜି ତାଞ୍ଜାନିଆରେ ଏକ ବିଶେଷ ଦିନ ଥିଲା, ବଲିଉଡ୍ ଗୀତରେ ଲିପ୍ସିଙ୍ଗ କରୁଥିବା ପ୍ରସିଦ୍ଧ କଳାକାର କିଲିଙ୍କୁ ଭେଟି ଆନନ୍ଦିତ ହୋଇଥିଲେ ବୋଲି କହିଛନ୍ତି । ଏଥିସହ କିଲି ମିଡିଆରେ ନୃତ୍ୟ ପରିବେଷଣ କରିବାକୁ ମଧ୍ୟ ଭଲ ପାଅାନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: