ଆରପାରିରେ ଲଲିଥା

ଆରପାରିରେ ଲଲିଥା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭେଟେରାନ୍ ମାଲୟାଲମ୍ ଅଭିନେତ୍ରୀ କେପିଏସି ଲଲିଥାଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗତ କିଛିମାସ ହେବ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । ସେ କୋଚିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନ ଧରି ସେ ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ। ଲଳିତା ଥିଏଟର ସହିତ ଚଳଚ୍ଚିତ୍ରରେ କ୍ୟାରିୟର ଅାରମ୍ଭ କରିଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ସେ ମାଲୟଲମ୍ ଏବଂ ତାମିଲ ଭାଷାରେ ୫୫୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର କରିଛନ୍ତି । ୧୯୯୯ରେ ଏବଂ ୨୦୦୦ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୫ ବର୍ଷ ଧରି କେରଳ ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷା ଭାବେ କାଯର୍ୟ କରିଥିଲେ ତାଙ୍କୁ ଶେଷ ଥର ପାଇଁ ସିନେମା ଘରରେ ଦେଖିବାକୁ ମିଳିଥିଲା ଏବେ ମଧ୍ୟ ତାଙ୍କର କିଛି ମୁଭି ରିଲିଜ୍ ଅପେକ୍ଷାରେ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: