UAEରେ ହେବ IPL-2020 !

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: UAEରେ ଖେଳା ଯାଇପାରେ IPL 2020। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ବି ଆଗାମୀ ୭ ଦିନ ଭିତରେ ଖେଳସୂଚୀ ଜାରି ହେବା ନେଇ ସୂଚନା ମିଳିଛି। ବର୍ତ୍ତମାନ ଫ୍ରାଞ୍ଚାଇଜି ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ତେବେ ଆଇପିଏଲ ଖେଳାଯିବା ନେଇ ଏବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତରୁ UAEକୁ IPL ସ୍ଥାନାନ୍ତର ନେଇ ଯଥେଷ୍ଟ ସମ୍ଭାବନା ରହିଛି। କୋରୋନା ପାଇଁ ଆଇପିଏଲକୁ ବାତିଲ କରାଯାଇଥିଲା। ଏହାପରେ ବିନା ଦର୍ଶକରେ ଆଇପିଏଲ କରିବାକୁ ଚର୍ଚ୍ଚା ଚାଲିଥିଲା। ମାତ୍ର, ଏହା ସମ୍ଭବ ହୋଇ ନ ପାରିବାରୁ କିଛିଦିନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଫ୍ରାଞ୍ଚାଇଜମାନେ ପ୍ରବଳ ମାତ୍ରାରେ କ୍ଷତି ସହିଥିବାରୁ ୟୁଏଇରେ ଆଇପିଏଲ କରାଯିବା ନେଇ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ଏନେଇ ରାସ୍ତା ସଫା ହୋଇଯିବ।

Leave a Reply

Your email address will not be published. Required fields are marked *